ସିକେନାଇଡୁ ଟ୍ରଫି : ଜାମ୍ମୁକାଶ୍ମୀର ବିପକ୍ଷରେ ଓଡିଶା ଦଳର ବ୍ୟାଂଟି ବିପର୍ଯ୍ୟୟ 

0

ବଲାଙ୍ଗିର(ନିରୋଜ ମିଶ୍ର )-ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଚାଲୁଥିବା ସିକେ ନାଇଡୁ ଟ୍ରଫିର ତୃତୀୟ ଦିବସରେ  ଦିବସରେ ଓଡିଶା ତାର କାଲିର ଅସମାପ୍ତ ପାଳି ୫୬ ରନରୁ  ଆରମ୍ଭ କରି  ଆଉ ମାତ୍ର ୧୫୦ ରନ୍ ଯୋଗକରି କରି ସମୁଦାୟ ୨୦୬ ରନ୍ ସମସ୍ତ ଉଇକେଟ ହରାଇ  ଫଲୋଅନ ସମ୍ମୁଖୀନ ହୋଇଛି । ଓଡିଶା ଦଳ ତରଫରୁ ସନ୍ଦିପ ପଟ୍ଟନାୟକ ଲଢ଼ୁଆ ଖେଳ ପ୍ରଦର୍ଶନ କରି ଶତକ ଅର୍ଜନ କରିଥିଲେ । ଜାମ୍ମୁ-କାଶ୍ମୀର ଦଳ ତରଫରୁ ସଫଳ ବୋଲର ଭାବେ ଆବିଦ ମୁସ୍ତାକ ୫ଟି, ପାରଶ ଶର୍ମା ୨ଟି ଓ ଆକିବ ନାବୀ ୨ଟି ଉଇକେଟ ନେଇ ଓଡିଶାର ବ୍ୟାଟିଂ ବିପର୍ଯ୍ୟରେ ଘଟାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ । ଆଜି ଖେଳ ଶେଷ ସୁଦ୍ଧା ଓଡିଶା ଦଳ ତାର ଦ୍ୱିତୀୟ ଇନିଂସରେ ୩୦ ରନ୍ ସଂଗ୍ରହ କରିଛି । ଖେଳ ଆହୁରି ଗୋଟିଏ ଦିନବାକି ଥିବାବେଳେ ଓଡିଶାକୁ ଲଢ଼ୁଆ ଖେଳ ପ୍ରଦର୍ଶନ କରିବାକୁ ପଡିବ ନଚେତ ଇନିଂସ୍ ପରାଜୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।  

Leave A Reply

Your email address will not be published.