ଗଜପତି ଜିଲ୍ଲା ନୋଡାଲ ଅଧିକାରୀ ଓ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ବାତ୍ୟା ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି

30

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ତଥା ଗଜପତି ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ ନୂଆଗଡ଼ ବ୍ଲକ୍‌ ଅନ୍ତର୍ଗତ ଖଜୁରିପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର, ‘ମା’ ଗୃହ ଏବଂ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ବାତ୍ୟା ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତି ଓ ଆଶ୍ରୟସ୍ଥଳୀ ଗୁଡ଼ିକରେ ଉପଲବ୍ଧ ବ୍ୟବସ୍ଥାର ସମୀକ୍ଷା କରିଥିଲେ।
ସେହିଭଳି ମହେନ୍ଦ୍ରତନୟା ନଦୀ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବାଘଶାଳା ଓ ମାଛମରା ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ବାତ୍ୟା ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିୀଲ ଅଗ୍ରୱାଲ।


ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ ପ୍ରବଳ ବର୍ଷା ଯୋଗୁଁ ବିଚ୍ଛିନ୍ନ ହୋଇଥିବା ତାଣ୍ଡିଗୁଡ଼ା ଗ୍ରାମକୁ ପ୍ରଶାସନ ପକ୍ଷରୁ ରାସନ ସାମଗ୍ରୀ ପଠାଯାଉଛି।

Leave A Reply

Your email address will not be published.