ବାରିପଦା(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜ ବିଜେଡି ପକ୍ଷରୁ ୨୧ତମ ପ୍ରତିଷ୍ଠା ଦିବସ ବାରିପଦା ସ୍ଥାନୀୟ ବିଜୁ ଭବନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବିଜେଡି ଜିଲ୍ଲା ସଭାପତି ତଥା ମୋରଡା ବିଧାୟକ ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ବିଜୁ ଗୋଲେଇ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ପତାକାକୁ ଉତୋଳନ କରାଯିବା ପରେ ସମସ୍ତଙ୍କ ମଧ୍ୟରେ ଏକ କେକ କଟାଯାଇ ପ୍ରତିଷ୍ଠା ଦିବସକୁ ପାଳନ କରାଯାଇଥିଲା । ଏହାପରେ ବିଜେଡି ପକ୍ଷରୁ ହସପିଟାଲରେ ବିଭିନ୍ନ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ସାନନ୍ଦ ମାରାଣ୍ଡିଙ୍କ ସହ ବାରିପଦା ପୌରପରିଷଦ ନଗରପାଳ ବବିତା ଦାସ, ଉପନଗରପାଳ ତଥା ଯୁବ ସଭାପତି ଜୀତେନ୍ଦ୍ର ମହାନ୍ତି , ଆଦିବାସୀ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି,ଯୁବ କାର୍ଯ୍ୟକାରୀ ସଭାପତି ଦେବାଶିଷ ମହାନ୍ତି,ରାଜ୍ୟ ମହିଳାମୋର୍ଚ୍ଚା ସମ୍ପାଦିକା ସମ୍ପା ମଜୁମଦାର,ଜିଲ୍ଲା ମହିଳା ସଭାପତି ବୀଣାପାଣି ସାହୁ,ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭାପତି ସବିତା ବେହେରା,ଦୀପ୍ତିଲତା ମିଶ୍ର,ପର୍ଶୁରାମ ଶର୍ମା,ପ୍ରଭାତ ନାଏକ,ଆଇନଜୀବୀ କୃଷ୍ଣଚନ୍ଦ୍ର ଦାସ,ପାର୍ଥ ପ୍ରଧାନ,ଶୈଳେନ୍ଦ୍ର ପାତ୍ର,ବା‚ାନିଧି ଦାସ,କାଶୀନାଥ ରଣା,କୃଷ୍ଣ ମହାନ୍ତ,ବିରଂଚି ମହାପାତ୍ର,କପିଲ ଖଣ୍ଡେଲୱାଲ,ଅନିରୁଦ୍ଧ ଭଞ୍ଜଦେଓ,ରାଜେନ୍ଦ୍ର ବାରିକ,ଅରୁଣ ବରାଡ,ଅବଦୁଲ ହବିବ,ଶ୍ରବଣ ଗୋପ,ସୁନୀଲ ନାୟକ,ଶିବୁ ରଣା ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ଯୁବଛାତ୍ର ଓ ମହିଳା କର୍ମକର୍ତାଙ୍କ ସମସ୍ତ କାଉନସିଲର ବୃନ୍ଦ ଯୋଗଦେଇଥିଲେ । ଶେଷରେ ଜିଲ୍ଲା ଯୁବ ଜନତା ଦଳର ଉପସଭାପତି ସରୋଜ ବୋଷ ଧନ୍ୟବାଦ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.