ବିଜେପୁର :- ବରଗଡ ଜିଲ୍ଲା ବିଜେପୁର ସହର ସ୍ଥିତ ମଧ୍ୟପଡା କଲ୍ୟାଣ ମଣ୍ଡପ ଠାରେ ଆଜି ବରଗଡ଼ ଜିଲ୍ଲା ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟର ସାଧାରଣ ପରିଷଦ ବୈଠକ ସଂଘର ସଭାପତି ଶ୍ରୀଯୁକ୍ତ ରବିନାରାୟଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସନତ କୁମାର ଗଡତୀୟା ଯୋଗଦେଇ ତାଙ୍କ ବକ୍ତବ୍ୟରେ ସମାଜରେ ସାମ୍ବାଦିକ ମାନଙ୍କର ଭୂମିକା ସମ୍ପର୍କରେ ବିଶଦ ଭାବରେ ମତବ୍ୟକ୍ତ କରିଥିଲେ। ତାଙ୍କ ବକ୍ତବ୍ୟରେ ସେ କହିଥିଲେ ଯେ, ସମାଲୋଚନା ଶୀର୍ଷକ ସମ୍ବାଦ ତଥା ସମସ୍ୟା ଭିତ୍ତିକ ଖବର ପ୍ରକାଶନ ଦିଗରେ ବିଶେଷ ଭାବେ ଧ୍ୟାନ ଦେଲେ ସରକାର ଜାଗ୍ରତ ହୋଇ ପାରିବେ। ସାମ୍ବାଦିକ ମାନଙ୍କ କଲମର ଲେଖା ସଦାବେଳେ ମର୍ଯ୍ୟାଦା ରକ୍ଷା କରି ଆସିଛି।ବନ୍ଧୁକର ବୁଲେଟ ଠାରୁ କଲମର ଶାଣିତ ଲେଖାର ଓଜନ ଅଧିକ ରହିଥାଏ।ସମାଜର ବିଭିନ୍ନ ଲୁକ୍କାୟିତ ହୋଇରହିଥିବା ବିଭିନ୍ନ ସମସ୍ୟା ଭିତ୍ତିକ ସମ୍ବାଦ ପରିବେଷଣ କରିବା ସାମ୍ବାଦିକର ଧର୍ମ,ସେମାନେ ହେଉଛନ୍ତି ସମାଜର ଜାଗ୍ରତ ପ୍ରହରୀ ବୋଲି ବିଧାୟକ ଶ୍ରୀଯୁକ୍ତ ଗଡତୀୟା ମତବ୍ୟକ୍ତ କରିଥିଲେ।ଏଇ ବୈଠକରେ ବରଗଡ଼ ଜିଲ୍ଲା ଅଧିନସ୍ଥ ବରଗଡ଼, ସୋହେଲା,ଭଟଲି, ଅମ୍ବାଭୋନା, ଅତାବିରା, ଭେଡେନ, ବରପାଲି, ବିଜେପୁର, ଗାଇସିଲେଟ, ପଦ୍ମପୁର,ପାଇକମାଲ, ଝାରବନ୍ଧ ବ୍ଲକରୁ ଆସିଥିବା କର୍ତ୍ତବ୍ୟ ରତ ସାମ୍ବାଦିକ ଭାଇମାନେ ନିଜନିଜ ଅଞ୍ଚଳର ସମସ୍ୟା ଉତ୍ଥାପନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post