କୁ-ପୋଷଣ ମୁକ୍ତ ଜିଲ୍ଲା ଗଠନ ପ୍ରଶାସନର ଲକ୍ଷ୍ୟ: ଜିଲ୍ଲାପାଳ

0 1

ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ: କୁ-ପୋଷଣ ଦୂର ଉଦେଶ୍ୟରେ ସାମୁହିକ ସଚେତନତା ପାଇଁ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ

ବରଗଡ : ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ବୟନ ଶିଳ୍ପ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନର ଶୁଭାରମ୍ଭ ହୋଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧକାରୀଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟାଲ ଅଧ୍ୟକ୍ଷତା କରିବା ସହ ଜିଲ୍ଲାର ସମସ୍ତ ସ୍ଥାନରେ ଯେପରି କୌଣସି ମା କିମ୍ବା ଶିଶୁ କୁ-ପୋଷଣର ଶିକାର ନ ହୁଅନ୍ତି ସେଥିପ୍ରତି ଯଥା ସମ୍ଭବ ଧ୍ୟାନ ଦେବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ବୁଝାଇ ଉତ୍ତମ ପୋଷଣ – ସୁସ୍ଥ ଜୀବନ, ରକ୍ତହୀନତା, ଏହାର ପରୀକ୍ଷା ଏବଂ ଚିକିତ୍ସା ବିଷୟରେ ଆଲୋଚନା କରିବା ସହ ପୋଷଣ ମାସ ପାଳନର ମୁଖ୍ୟ ଉଦେଶ୍ୟ ବିଷୟରେ ଜିଲ୍ଲା ସମାଜ ମଙ୍ଗଳ ଅଧକାରୀ ଶ୍ରୀମତୀ ସନ୍ଧ୍ୟାରଣୀ ନେପାକ ଆଲୋଚନା କରିଥିଲେ । ଦୈନନ୍ଦିନ ଖାଦ୍ୟରେ ବିବିଧତା ଆଣିବା ପାଇଁ ଆଞ୍ଚଳିକ ତଥା ମିଲେଟ୍ ବା କ୍ଷୁଦ୍ର ଖାଦ୍ୟ ଶସ୍ୟ ସାମିଲ୍ କରିବା, ଶିଶୁର ଅଭିବୃଦ୍ଧି ନିରୀକ୍ଷଣ କରିବା ସହିତ ଆଦ୍ୟ ଶୈଶବ ଏବଂ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ପାଇଁ ଯତ୍ନବାନ୍ ହେବା ପାରିପାର୍ଶ୍ବକ ସୁରକ୍ଷା ପାଇଁ ମାଟି, ପାଣି ଓ ପରିବେଶର ଯତ୍ନ ନେବା ଏବଂ ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟ ଖାଇବା ସହିତ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ଉପରେ ବିଶେଷ ଗୁରୁତ୍ୱ ଦେଇ ଲୋକଙ୍କୁ ସଚେତନ କରିବା ପାଇଁ ସମସ୍ତ ଆଶା , ଅଙ୍ଗନବାଡି କର୍ମୀ ଏବଂ ସୁପରଭାଇଜର ଯଥେଷ୍ଟ ଯତ୍ନବାନ ହେବାପାଇଁ ମଞ୍ଚାସୀନ ସମ୍ମାନିତ ଅତିଥି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମି ଏବଂ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଝୋଟି, କୁଇଜ୍, ଡିବେଟ୍ ଭଳି ବିଭିନ୍ନ ପ୍ରତିଯୋଗିତା ଅୟୋଜନ କରି କୃତି ଛାତ୍ରଛାତ୍ରୀ ଏବଂ ଅଙ୍ଗନବାଡି କର୍ମୀଙ୍କୁ ପୁରଷ୍କୃତ କରିବା ସହ ପୋଷଣ ସଚେତନତା ବିଷୟବସ୍ତୁ ଅଧାରିତ ସଂସ୍କୃତିକ କର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା ଏବଂ ଜିଲ୍ଲାର ସମସ୍ତ ସିଡିପିଓ, ଅଙ୍ଗନବାଡି କର୍ମୀଙ୍କ ସମତେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ସମେତ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପ୍ରଶନ୍ନ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା,ଏସିଏଫ ଶ୍ରୀ ହରମୋହନ ରଥ, ଜଳବିଭାଜିକା ଏପିଡି ଶ୍ରୀମତୀ ସୌଭ୍ୟାରଣୀ ବେହେରା, ପଷୋଣ ବିଶେଷାଜ୍ଞା ଶ୍ରୀମତୀ ଖୁସବୁ ଅଗ୍ରୱାଲ, ଶ୍ରୀ ଅର୍ନ ଡିପିସି ଶ୍ରୀ ନାରାୟଣ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.