ଝାରବନ୍ଧ /ମନୋହର ଦାଶ :- ସ୍ଥାନୀୟ ଉଚ୍ଚବିଦ୍ୟାଳୟ ଖେଳ ପଡିଆଠାରେ ଚାଲିଥିବା ବରଗଡ଼ ଜିଲ୍ଲାସ୍ତରୀୟ କବାଡି ଚାମ୍ପିଅନସିପ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ୧୭ ବର୍ଷ ବାଳକ ବର୍ଗରୁ ଝାରବନ୍ଧ, ବାଳିକା ବର୍ଗରୁ ପାଇକମାଳ ଓ ୧୪ ବର୍ଷ ବାଳକ ବର୍ଗରୁ ଭଟଲି, ବାଳିକା ବର୍ଗରୁ ଝାରବନ୍ଧ ବ୍ଲକ୍ ଚାମ୍ପିଅନ ହୋଇଛନ୍ତି l ଆଜି ଅତିଥିମାନେ ଦୀପ ପ୍ରଜ୍ବଳନ କରି ଉଦ୍ଯାପନୀ ଉତ୍ସବକୁ ଆରମ୍ଭ କରିଥିଲେ। ଡିଇଓ ରାଧାକାନ୍ତ ଛତ୍ରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଧାୟିକା ବର୍ଷା ସିଂ ବରିହା, ସ୍ବତନ୍ତ୍ର ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସ୍ପୋର୍ଟସ ସଂପାଦକ ସୁଦୀପ୍ତ ନାଏକ, ଏଡିଇଓ ଜ୍ୟୋତିକାନ୍ତ ସାହୁ, ଝାରବନ୍ଧ ବ୍ଲକର ପୂର୍ବତନ ଅଧ୍ୟକ୍ଷ ହୃଷୀକେଶ ବରିହା, ବିଇଓ ଭାବନା ସାହୁ, ମିଶ୍ରାଣୀ କୁମ୍ଭାର, ରାମଲାଲ ବରିହା, ଅମୃତାସାହୁ, ଲୋକନାଥ ଭୋଇ, ଚୂଡ଼ାମଣୀ ବାରିକ ଓ ମଚ୍ଛିଦ୍ର ମଲ୍ଲିକ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ | ଝାରବନ୍ଧ ବିଇଓ ଶୁଭମ ପତି ସମସ୍ତଙ୍କୁ ସ୍ବାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଝାରବନ୍ଧ ଏବିଇଓ ଦୟାନିଧି କୈବର୍ଷ, ମହେନ୍ଦ୍ର ପ୍ରଧାନ, ଦିବ୍ୟକିଶୋର ପଣ୍ଡା, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଆଶାରାମ ବରିହା, ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ ବେହେରା ପ୍ରମୁଖ ମଞ୍ଚାସୀନ ଅତିଥିଙ୍କ ସମେତ କବାଡି ଖେଳାଳିଙ୍କୁ ବ୍ୟକ୍ତିଗତସ୍ତରରେ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରଶଂସାପତ୍ର, ଟ୍ରଫି ପ୍ରଦାନ କରିଥିଲେ। ବିଜେତା ଦଳକୁ ମୁଖ୍ୟ ଅତିଥି ଓ ସ୍ବତନ୍ତ୍ର ଅତିଥି ଟ୍ରଫି ପ୍ରଦାନ କରି ରାଜ୍ୟସ୍ତରୀୟ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଡଭା ହାଇସ୍କୁଲର ପ୍ରଧାନଶିକ୍ଷକ ଟିକେଶ୍ବର ପଟେଲ ମଞ୍ଚ ସଂଯୋଜନା କରିଥିଲେ। ପରିଚାଳନାରେ ମହେନ୍ଦ୍ର ପ୍ରଧାନ, ଦିବସ ସାହୁ, ଦିବ୍ୟକିଶୋର ପାଣ୍ଡେ, କୁମୁଦ ସାହୁ, ଆରଦ୍ରା ବାଗ, ହୃଷୀକେଶ ପୋଢ଼, ନରେଶ କୁମ୍ଭାର, ଦୁଃଖନାଶନ ସାହୁ ଓ ସମସ୍ତ ସିଆର୍ସିସି, ଏବିଇଓ, ଶିକ୍ଷକମାନେ ସହଯୋଗ କରିଥିଲେ |
Sign in
Sign in
Recover your password.
A password will be e-mailed to you.