ଲୋକକଳା ଓ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ

0 1

ବାଣପୁର (ସେକ କୌସର ):ଖୋର୍ଦ୍ଧା ଜିଲ୍ଲା ଚିଲିକା ବାଣପୁର,ବାଣପୁର ସମଗ୍ର ଶିକ୍ଷା ପ୍ରାଧିକରଣ ଓଡିଶାଙ୍କ ନିଦେଶନୁଯାଇ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନସ୍ଥ ପ୍ରତାପ ପ୍ରାଥମିକ ବିଦ୍ୟାଳୟ ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କ୍ଲଷ୍ଟରର ସାଧନକର୍ମୀ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ବେହେରା ଙ୍କ ଆବାହକତ୍ୱ ରେ ଶାଳିଆ ବିଦ୍ୟାନିକେତନ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସାହୂ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ତୁମୁରାପୁଟ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଅକ୍ଷୟ କୁମାର ସେଠି ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ I କ୍ଲଷ୍ଟର ସମସ୍ତ ସରକାରୀ ପ୍ରାଥମିକ ଉଚ୍ଚପ୍ରାଥମିକ ଓ ମାଧ୍ୟ୍ୟମିକ ବିଦ୍ୟାଳୟ ର ବିଦ୍ୟାଳୟ ସ୍ତରୀୟ କୃତୀ ପ୍ରତି ଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ ବକୃତା, ପ୍ରବନ୍ଧ,ସୃଜନ ଶିଳ ଲିଖନ, ଚିତ୍ରାଙ୍କନ, ହସ୍ତାକ୍ଷର, ଶୃତଲିଖନ ଇତ୍ୟାଦି 18ଟି ବିଭାଗ ରେ ଦିବ୍ୟାଙ୍କ ଛାତ୍ର ଛାତ୍ରୀ ଙ୍କ ସମେତ ମୋଟ 94ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ I ସାଂସ୍କୃତିକ ପ୍ରତିଯୋଗିତା ଓଡିଶା ର ଲୋକନୃତ୍ୟ ତାଳେ ତାଳେ ଉପସ୍ଥିତ ଶିକ୍ଷକ ଶିକ୍ଷିକା ମନ୍ତ୍ରମୁଗ୍ଧ ହୋଇଯାଇଥିଲେ I ପରିଶେଷରେ ଉଦଯା ପନି ସମାରୋହରେ ସମସ୍ତ କୃତୀ ପ୍ରତିଯୋଗୀ ଙ୍କୁ ଯେଉଁ ମାନେ ବ୍ଲକ ସ୍ତରରେ ହେବାକୁ ଥିବା ସୁରଭି କାର୍ଯ୍ୟକ୍ରମ ରେ ଯୋଗଦେବେ ସ୍ଥିର ହେବା ସହ ସ୍ୱତତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା I ସାଧନ କର୍ମୀ ଶ୍ରୀ ରବୀନ୍ଦ୍ର କୁମାର ବେହେରା ଙ୍କ ବଳିଷ୍ଠ ସଞ୍ଜଜନାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରି, ଛାତ୍ର ଛାତ୍ରୀ ଖୁସି ବ୍ୟକ୍ତ କରିଥିଲେ I କାର୍ଯ୍ୟକ୍ରମ ର ସଫଳତା ପାଇଁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସମସ୍ତ ଙ୍କ ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ I

Leave A Reply

Your email address will not be published.