ଝାରବନ୍ଧରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନଶୁଣାଣି l

2

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସଭା ଗୃହ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଦେଖିବାକୁ ମିଳିଥିଲା ସହ ସହ ସଂଖ୍ୟାରେ 14 ଗୋଟି ପଞ୍ଚାୟତ ର ଅଭିଯୋଗ ଆଣିଥିଲେ ଜନ ସାଧାରଣ l

ମୁଖ୍ୟତଃ ଜଳ ସେଚନ,ପାନୀୟ ଜଳ ଯୋଗାଣ,ବିଦ୍ୟୁତ ଯୋଗାଣ ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସନ କାର୍ଡ, ରାସ୍ତା ନିର୍ମାଣ କୃଷି ଆଦି ସମସ୍ୟା ଏହି ସମ୍ବଦ୍ଧିୟ ସମୁଦାୟ 151 ଗୋଟି ଅଭିଯୋଗ ମଧ୍ୟରୁ 122 ଗୋଟି ବ୍ୟକ୍ତିଗତ ଏବଂ 29 ଗୋଟି ସାମୁହିକ ଅଭିଯୋଗ ର ଶୁଣାଣି କରି ସମସ୍ତ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି l

ଶିବିର ରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା l ଜିଲ୍ଲପାଳ ଆଦିତ୍ୟ ଗୋୟଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଜନଶୁଣାଣି ଶିବିର ରେ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁନାଲ ମୋତିରାମ ଚୌହାନ, ପଦ୍ମପୁର ନୂତନ ଉପଜିଲ୍ଲାପାଳ ସ୍ନେହା ଅରୁଗୁଳା, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀମତୀ ନିରୁପମା ଷଡ଼ଙ୍ଗୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ମିର୍ଦ୍ଧା, ତହସିଲଦାର ସଦାକର ପ୍ରଧାନ ପ୍ରମୁଖ ମଂଚାସୀନ ଥିବା ବେଳେ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.