କୋଶାଗୁମୁଡ଼ାଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ।

2

ଜିଲ୍ଲାପାଳଙ୍କ ବିଦ୍ୟାଳୟ ଓ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

ନବରଙ୍ଗପୁର ତା୧୦.୯.୨୦୨୪:ଅଶୋକ ସାହୁ, ଶାସକ ପ୍ରଶାସକ: ଆଜି କୋଷଗୁମୁଡ଼ା ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଜିଲ୍ଲାପାଳ,ନବରଙ୍ଗପୁର ପ୍ରକାଶ ମିଶ୍ର, ବିଡିଓ ଆଶିଷ ତ୍ରିପାଠୀ,ବ୍ଲକ ଅଧ୍ୟକ୍ଷ ସର୍ବେଶ୍ୱରି ମାଝୀ, ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଜନ ଶୁଣାଣି ଶିବିରରେ ମୋଟ ୩୭ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୧ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୬ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ମୁଖ୍ୟତଃ ଆବାସିକ ଆବେଦନ,ପଶୁ ଡ଼ାକ୍ତର ପଦବୀ,ଅଙ୍ଗନବାଡି କେନ୍ଦ୍ର , ଶିକ୍ଷକ ପଦବୀ, ସି ଏଚ ସି ରେ ଡ଼ାକ୍ତର ପଦବୀ, ଜେ ଏମ ଏଫ୍ ସି କୋର୍ଟ ସ୍ଥାପନ ଉପରେ ଜିଲ୍ଲାପାଳ ଙ୍କୁ ଜଣାଇଥିଲେ।
ଜନଶୁଣାଣୀ ଶିବିର ପରେ ଜିଲ୍ଲାପାଳ କୋଶାଗୁମୁଡ଼ା ହାଇ ସ୍କୁଲ ଗସ୍ତ କରି ୧୦ମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ଇଂରାଜୀ ବ୍ୟାକରଣ ଉପରେ ପାଠ ପଢ଼ାଇଲେ ଏବଂ ପ୍ରଶ୍ନ ଉତ୍ତର ଦେଖିଥିଲେ ଏବଂ ସନ୍ତୋଷପୁର ଏସ ଏସ ଡି ହାଇ ସ୍କୁଲ ରେ ଛାତ୍ର ଛାତ୍ରୀ ମାନଙ୍କୁ ଗଣିତ ଉପରେ ପ୍ରଶ୍ନ କରି ପ୍ରାୟ ଅଧ ଘଣ୍ଟା ପାଠ ପଢାଇଥିଲେ। ବାଳକ ଓ ବାଳିକା ହଷ୍ଟେଲ ପରିଦର୍ଶନ କରି ସ୍ୱଚ୍ଛତା ଓ ନିରାପତ୍ତା ଉପରେ ଧ୍ୟାନ ଦେବାକୁ ଅଧ୍ୟକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସ୍କୁଲ୍ ରେ ମଧ୍ୟାହ୍ନ ରୋଷେଇ ହୋଇଥିବା ଖାଦ୍ୟ ଗ୍ରହଣ କରି ଖାଦ୍ୟର ମାନ କୁ ଉଚ୍ଚ ପ୍ରଶଂସା କରି ରାନ୍ଧୁଣିଆ ମାନଙ୍କୁ ଉତ୍ସାହିତ କରିଥିଲେ।ସେଭଳି ଚଟାହାଣ୍ଡି ଗ୍ରାମ ପଞ୍ଚାୟତ ବକ୍ସାଗୁଡ଼ା ଓ ପାପଡ଼ାହାଣ୍ଡି ବ୍ଲକ ଡେଙ୍ଗାଗୁଡା ରେ କାଜୁ ବୃକ୍ଷ ରୋପଣ କୁ ପରିଦର୍ଶନ କରିଥିଲେ।

Leave A Reply

Your email address will not be published.