ଖଲ୍ଲିକୋଟ ମର୍ଦ୍ଦରାଜ ଶିକ୍ଷକ ସଂଘ ଭବନରେ ଗୁରୁଦିବସ ପାଳନ‌‌‌ ଓ ଅବସରପ୍ରାପ୍ତ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା ।

3

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା: ଆଜି ସ୍ଥାନୀୟ ଖଲ୍ଲିକୋଟ ମର୍ଦ୍ଦରାଜ ଶିକ୍ଷକ ସଂଘ ଭବନରେ ଗୁରୁଦିବସ ପାଳିତ ହୋଇଯାଇଛି। ଆଜିର ଏ ସମାରୋହରେ ଖଲ୍ଲିକୋଟ ର ବିଜେପି ଯୁବମୋର୍ଚ୍ଚା ସହ ସମ୍ପାଦକ ଶ୍ରୀ ଅନୀଲ କୁମାର ପଣ୍ଡା, ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସମୟରେ ବିଜୟ କୁମାର ତ୍ରିପାଠୀ ଵେଦ ପାଠ କରିଥିଲେ। ଏହାପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ମଞ୍ଚାସିନ ଅତିଥି ମାନଙ୍କୁ ଉପଢୌକନ ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ତା ସଙ୍ଗେ ସଙ୍ଗେ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ମାନପତ୍ର, ଉପଢ଼ୌକନ ଓ ଫୁଲ ତୋଡା ଦେଇ ସଂଘ ପକ୍ଷରୁ ଖସମ୍ମାନିତ କରିଥିଲେ କରିଥିଲେ। । ସ୍ବର୍ଗତ ବିଦ୍ୟାଧର ବୈଦ୍ୟ ଓ ପ୍ରକାଶ ଶବର ଙ୍କ  ଉଦ୍ଦେଶ୍ୟରେ ଶିକ୍ଷକ ସଂଘ ଭବନରେ ନୀରବ ପ୍ରାର୍ଥନା କରାଯାଇଥିଲା ବେଳେ ଶିକ୍ଷକ ସଂଘ ଭବନ ର ନିର୍ମାଣ ପାଇଁ ମୁଖ୍ୟଅତିଥି ଶ୍ରୀ ଅନୀଲ କୁମାର ପଣ୍ଡା ଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଗୁରୁଦିବସ ପାଳନ ଅବସରରେ ମର୍ଦ୍ଦରାଜ ଶିକ୍ଷକ ସଂଘ ର ସଭାପତି ନାଗେଶ୍ଵର ବାରିକ, ସମ୍ପାଦକ ବିଜୟ କୁମାର ତ୍ରିପାଠୀ, ସମାଜସେବୀ, ସାମ୍ବାଦିକ,ବରିଷ୍ଠ ପ୍ରଧାନ ଶିକ୍ଷକ ତଥା ଉପଦେଷ୍ଟା ଶିବରାମ ଜେନା, ଉପଦେଷ୍ଟା
ବରିଷ୍ଠ ପ୍ରଧାନ ଶିକ୍ଷକ ତଥା ଉପଦେଷ୍ଟା କ୍ଷିତିଶ ଚନ୍ଦ୍ର ଦାଶ, ପ୍ରଶାନ୍ତଦାସ, ଦୁର୍ଯୋଧନ ପଲେଇ ଜୟକୃଷ୍ଣ ଵାଲା, ମଧୁଚରଣ ସେଠୀ, ବାବୁଲା ଦାସ, ରଞ୍ଜନ କୁମାର ସିଂ, ସନ୍ତୋଷ କୁମାର ମଲ୍ଲିକ, ଭିକାରୀ ଶବର, ହରିଶ୍ଚନ୍ଦ୍ର ପ୍ରଧାନ,ହୀନ ନାହାକ, ପ୍ରମୁଖ ଶିକ୍ଷକମାନେ ତଥା ଅନ୍ୟାନ୍ୟ ମାନଙ୍କ ସହଯୋଗ ଦେଖିବାକୁ ମିଳିଥିଲା। ଆଜିର ଏ ସମାରୋହରେ ବିଶେଷ ଆକର୍ଷଣୀୟ ଥିଲା ଡ଼ଃ ସର୍ଵ ପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିଛବି ରେ ମାଲ୍ୟାର୍ପଣ ଓ ଗୁରୁଦିବସ ପାଳନ‌‌‌ ରେ ଖଲ୍ଲିକୋଟ ବ୍ଳକ୍ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ମିଶ୍ର, ସନ୍ନ୍ୟାସୀ ଲେଙ୍କା, ସୁକାନ୍ତି ମହାପାତ୍ର ଙ୍କ ପ୍ରଫୁଲ୍ଲ ଚନ୍ଦ୍ର ଦାସ ଙ୍କ ସମେତ ଅନ୍ୟାନ୍ୟ ୩ ଜଣଙ୍କୁ ସମ୍ମାନିତ କରାଯାଇଅଛି।

Leave A Reply

Your email address will not be published.