ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ର ପକ୍ଷରୁ ଆୟୋଜିତ ଆଇଡିଏଟ୍-୨୦୨୪ରେ ଗୋଷ୍ଠୀ-କେନ୍ଦ୍ରିକ ଜଳବାୟୁ ସ୍ଥାୟିତ୍ବ ଉପରେ ଗୁରୁତ୍ବାରୋପ
ଭୁବନେଶ୍ବର, ସେପ୍ଟେସର ୦୫, ୨୦୨୪: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ପକ୍ଷରୁ ଦସରା ସହଭାଗିତାରେ ଏହାର ପ୍ରମୁଖ ବାର୍ଷିକ ସମ୍ମିଳନୀର ୧୩ତମ ସଂସ୍କରଣ ଆଇଡିଏଟ୍-୨୦୨୪ ସଫଳତାର ସହିତ ଆୟୋଜିତ ହୋଇଯାଇଛି ।
ଚଳିତ ବର୍ଷର ବିଷୟବସ୍ତୁ “ଉତ୍କଳ ଉଦ୍ୟମ: ଜଳବାୟୁ ସ୍ଥାୟିତ୍ୱ ପାଇଁ ଗୋଷ୍ଠୀ-କେନ୍ଦ୍ରିକ ବିକାଶ” ଜଳବାୟୁ ପରିବର୍ତନ ସମ୍ପର୍କି ଆହ୍ବାନଗୁଡ଼ିକର ସମା ମାଧାନ ଓ ଜଳବାୟୁ ଅନୁକୂଳନ ଉପରେ ଗୁରୁତ୍ବାରୋପ କରିଥିବାବେଳେ ତୃଣମୂଳସ୍ତରରେ ଲୋକମାନଙ୍କୁ ସଶକ୍ତ କରିବା ନିମନ୍ତେ ରୂପାନ୍ତରିତ ରଣନୀତିର । ଅନ୍ଵେଷଣ ଏବଂ ବିଭିନ୍ନ କ୍ଷେତ୍ରରେ ଥିବା ନୀତି ଦିଗ ଗରେ ବିଚାର କରିବାକୁ ଏକ । ଉପଯୁକ୍ତ ମଂଚ ପ୍ରଦାନ କରିଛି । ପ୍ରସ୍ତୁତକର୍ତା ଓ ନେତୃମଣ୍ଡଳୀକୁ ଏହି ଅବସରରେ ନିଜର ସ୍ବାଗତ ଭାଷଣରେ ବିଆଇପିଏଫ୍ ର ଟ୍ରଷ୍ଟି ତଥା ସିଇଓ ଶ୍ରୀମତି ଶୈଫାଳିକା ପଣ୍ଡା ଜଳବାୟୁ ସ୍ଥାୟିତ୍ଵ ପାଇଁ ଗୋଷ୍ଠୀ ଗଠନରେ ଅନ୍ତର୍ଭୁକ୍ତକାରୀ ସହଭାଗିତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ, “ମିଳିତ ଭାବେ କାର୍ଯ୍ୟ କରି ଆମେ ନିଜର ପ୍ରଭାବକୁ ବିସ୍ତାର କରିବା, ନିଜ ସଂସାଧନକୁ ଏକଜୁଟ କରିବା ଏବଂ ଯୋଜନାବଦ୍ଧ ପରିବର୍ତନକୁ ଆଗେଇ ନେବାପାଇଁ ସମାଧାନ ବାହାର କରିପାରିବା ଆମ ଲୋକମାନଙ୍କ ମଧ୍ୟରେ ରେ ଥିବା ଅପାର ସମ୍ଭାବନାକୁ ) ସମ୍ଭାବନାକୁ ଚିହ୍ନଟ କରିବା ଓ ସେମାନଙ୍କୁ ସଶକ୍ତ କରିବା କେବଳ ଏକ ପଦକ୍ଷେପ ନୁହେଁ ବରଂ ଜଳବାୟୁ ପରିବର୍ତନର ପରିବର୍ତନର ମୁକାବିଲା ମୁକାବିଲା ଦିଗରେ ଏହା ନିହାତି ଆବଶ୍ୟକ” ।
ସେହିପରି ଦିପରି ନିଜର ଏକ ବିଶେଷ ଅଭିଭାଷଣରେ ବୋଷ୍ଟନ୍ ୟୁନିଭରସିଟି ଫର ଗ୍ଲୋବାଲ ସଷ୍ଟେନେବିଲିଟିର ନିର୍ଦ୍ଦେଶକ ବେଞ୍ଜାମିନ ସୋଭାକୁଲ କହିଛନ୍ତି ଯେ, “ଏସିଆ ମହାଦେଶର ଲୋକମାନେ ପ୍ରକୃତି ଆଧାରିତ, ସଂସ୍ଥାଗତ ଓ ସୂଚନାତ୍ମକ ଜଳବାୟୁ ଅନୁକୂଳନର ନୂତନ ଓ ଅଭିନବ ସ୍ଵରୁପକୁ ସଂଚାଳିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି, ଯାହା ଆଗାମୀ ଦଶନ୍ଧିରେ ଲୋକମାନଙ୍କ ସୁରକ୍ଷାରେ ସହାୟକ ହେବ । ଗୋଷ୍ଠୀମାନଙ୍କୁ ଏହି ପରିବର୍ତନର ପ୍ରମୁଖ ସୁତ୍ରଧର ଭାବେ ଉପଯୋଗ କରିବା ଏହି ପ୍ରୟାସଗୁଡ଼ିକର ସର୍ବୋତମ ପଦକ୍ଷେପ ।
ଏହି ଆଲୋଚନାଚକ୍ରରେ ରେନମେଟର ଫାଉଣ୍ଡେସନର ସିଇଓ ଶ୍ରୀ ସମୀର ଶିସୋଦିଆ ଏକ ସହଭାଗୀ ପରିବେଶ ଗଠନ କରିବାର ଆବଶ୍ୟକତା ଉପରେ ଆଲୋକପାତ କରି କହିଛନ୍ତି ଯେ, “ବିଭିନ୍ନ ବହୁମୁଖୀ ଦିଗ ଉପରେ ବ୍ୟାପକ ବ୍ୟାପକ ଧାନ ଦେଇ ଆମେ ଏକ ବଡ଼ ସମ୍ଭାବନା ପ୍ରତି ଅପରିଚିତ ରହିଛୁ । । ଏକ ଏକ ସହଭାଗୀ ପରିବେଶ ର ଗଠନ କେବଳ ଏକ ପସନ୍ଦଯୋଗ୍ୟ ପଦକ୍ଷେପ ନୁହେଁ, ବରଂ ଜଳବାୟୁ ସମ୍ପର୍କିତ କାର୍ଯ୍ୟପନ୍ଥା ପାଇଁ ଏହା ନିହାତି ଆବଶ୍ୟକ ” । ଏହାସହିତ ମାକଆର୍ଥର୍ ଫାଉଣ୍ଡେସନ୍ ଡେପୁଟି ଡାଇରେକ୍ଟର (ଭାରତ) ଶ୍ରୀ ଜର୍ନେଲ ସିଂ ସ୍ଥାନୀୟକରଣର ଗୁରୁତ୍ବ ଉପରେ ଆଲୋକପାତ କରି କହିଛନ୍ତି ଯେ, “ଜଳବାୟୁ ପରିବର୍ତନକୁ ମୁକାବିଲା କରିବା, ଆଂଚଳିକ ସ୍ତରରେ ଉଭୟ ଦୀର୍ଘସ୍ଥାୟୀ ଓ ପ୍ରଭାବୀ ସମାଧାନ କୁ ପରିଚାଳିତ କରିବାରେ ରାଷ୍ଟ୍ର ଆଧାରିତ ଭିତ ରଣନୀତି ର ଗୁରୁତ୍ଵପୂର୍ଣ ଭୂମିକା ରହିଛି ।
ଏହି ଅବସରରେ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଯଥା ସୋକରାଟସ୍ ଫାଉଣ୍ଡେସନ୍ର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଶ୍ରୀ ଦେବଜିତ୍ ମିତ୍ରା, ସମ୍ଭବର ସହ-ପ୍ରତିଷ୍ଠାତା ପଦ୍ମଶ୍ରୀ ଶ୍ରୀ ସାବରମତି, ଏବଂ ସମାଦ ଗ୍ରୁପ୍ (ଇଷ୍ଟର୍ଣ ମିଡ଼ିଆ ଲିମିଟେଡ଼) ର ନିର୍ଦ୍ଦେଶକ ଶ୍ରୀମତି ତନୟା ପଟ୍ଟନାୟକ ବିଶାରଦ ଦଳରେ ସାମିଲ ଥିଲେ । ଦସରା କ୍ଲାଇମେଟ୍ ରାଇଜ୍ର ନିର୍ଦ୍ଦେଶକ ସୁଶ୍ରୀ ପାର୍ନାଶା ବାନାର୍ଜୀ ଏହି ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ ।
ଏହାସହିତ ୟୁଏଡିପି ଇଣ୍ଡିଆ ଓଡ଼ିଶା କାର୍ଯ୍ୟାଳୟର ମୁଖ୍ୟ ଡଃ ଆଭା ମିଶ୍ର, ମହିଳା ହାଉସିଂ ଟ୍ରଷ୍ଟର ନିର୍ଦ୍ଦେଶକ ବିଜଲ ବ୍ରହ୍ମଭଟ୍ଟ, ପରିବେଶ ଚମ୍ପିୟନ୍ ମଧୁସ୍ମିତା ପରିଡ଼ାଙ୍କ ମଧ୍ୟରେ ଜଳବାୟୁ ସ୍ଥାୟିତ୍ଵକୁ ନେଇ ଏକ ସରଗରମ ଆଲୋଚନା ହୋଇଥିଲା । ଏଥିରେ ଜଳବାୟୁ ସମ୍ପର୍କିତ କାର୍ଯ୍ୟପନ୍ଥାରେ ମହିଳାମାନଙ୍କୁ ଏକ ପ୍ରମୁଖ ଭୂମିକା ପ୍ରଦାନ ପାଇଁ ଏକ ବ୍ୟବସ୍ଥିତ ଯୋଜନା ପ୍ରସ୍ତୁତ ଉପରେ ଗୁରୁତ୍ବ ଦିଆଯାଇଥିଲା ।
ଦେଶରେ ଦୀର୍ଘସ୍ଥାୟୀ କାର୍ଯ୍ୟପନ୍ଥାର ପ୍ରସାର, ପ୍ରାକୃତିକ ସଂସାଧନ ପରିଚାଳନା ମାଧ୍ୟମରେ ଦୂର୍ବଳତାଗୁଡ଼ିକୁ ଦୂର କରିବା ଏବଂ ଗୋଷ୍ଠୀମାନଙ୍କ ପାଇଁ ସମାନ ସଂସାଧନ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଆଇଡିଏଟ୍-୨୦୨୪ର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମରେ ସହଭାଗୀତା ବୃଦ୍ଧି ଉପରେ ରେ ମଧ୍ୟ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇ ଇଛି । ଏହି ସମ୍ମିଳନୀ ଜଳବାୟୁ ସ୍ଥାୟିତ୍ବ ଏବଂ ଅନ୍ତର୍ଭୁକ୍ତକାରୀ ଅନୁକୂଳ ପଦକ୍ଷେପ ଦିଗରେ ତୃଣମୂଳସ୍ତରରେ ଲୋକମାନଙ୍କୁ ସହାୟତା ପ୍ରଦାନ ପାଇଁ ପରୋପକାରୀ ଭୂମିକା ତୁଲାଇବା ଉପରେ ବିଶେଷ ଗୁରୁତ୍ବ ଦେଇଛି ।