ଗାନ୍ଧିଜୀ ଓ ଶାସ୍ତ୍ରିଜୀ

15


🔹🔹🔹🔹🔹🔹
ସତ୍ୟ ଅହିଂସାର ପୂଜାରୀ ମୋହନ
ଶାନ୍ତି ଦୂତ ଲାଲ୍ ବାହାଦୂର
ଅକ୍ଟୋବର ଦୁଇ ପୁଣ୍ୟ ଦିବସ
ଜନ୍ମତିଥି ଅଟେ ଦୁହିଁଙ୍କର ।।

ସ୍ଵାଧୀନତା ମନ୍ତ୍ରେ ଦୀକ୍ଷିତ ହେଲେ
ଶାସ୍ତ୍ରିଜୀ ମହାତ୍ମାଗାନ୍ଧୀ ଠାରୁ
ସେବା ସଂଗଠନ ଦେଶପ୍ରେମର
ଗାନ୍ଧୀ ଥିଲେ ତାଙ୍କ ଧର୍ମଗୁରୁ ।।

ଦୁହେଁ କରିଥିଲେ କାରାବରଣ
ଭାରତର ସ୍ବାଧୀନତା ପାଇଁ
ତାଙ୍କ ତ୍ୟାଗ ବଳିଦାନର କାହାଣୀ
ସ୍ବର୍ଣ୍ଣାକ୍ଷରେ ଅଛି ଲେଖା ହୋଇ ।।

ସରଳ ଜୀବନ ଉଚ୍ଚ ବିଚାର
ଆଦର୍ଶ ପାଥେୟ ଦୁହେଁ କରି
ସେବା ଅହିଂସା ଶାନ୍ତି ମାର୍ଗରେ
ଚାଲୁଥିଲେ ସତ୍ଯେ ଅନୁସରି ।।

କୁସଂସ୍କାର ଅନ୍ଧବିଶ୍ୱାସ ଅଜ୍ଞାନ
ସ୍ବଚ୍ଛତାର ଥିଲେ ବାର୍ତ୍ତାବହ
ତାଙ୍କ ପ୍ରୟାସରେ ଭାରତ ଆମର
ହୋଇଥିଲା ବିଶ୍ବେ ଅଦ୍ୱିତୀୟ ।।

ସ୍ବାବଲମ୍ବୀ ଥିଲା ଗାନ୍ଧୀ ଦର୍ଶନ
କୁଟି ଖାଅ କାଟି ପିନ୍ଧ ସର୍ବେ
ଶାସ୍ତ୍ରୀ କହୁଥିଲେ ଜୟ ଯବାନ
ଜୟ କିଶାନ କହ ସର୍ବେ ।।

ଆସ ବେନି ମହାପୁରୁଷଙ୍କୁ ଆମେ
ଜଣାଇବା ଆମ ଶ୍ରଦ୍ଧାଞ୍ଜଳି
ଆଚରିବା ଆମ ଜୀବନେ ତାହାଙ୍କ
ଆଦର୍ଶ ଚରିତ୍ର ଗୁଣାବଳୀ ।।


🔹🔹🔹🔹🔹🔹🔹
ଶ୍ରୀ ଶଶିଭୂଷଣ ପଟ୍ଟନାୟକ
ଅବସରପ୍ରାପ୍ତ ଶିକ୍ଷକ
ପାରଳାଖେମୁଣ୍ଡି
ଗଜପତି

Leave A Reply

Your email address will not be published.