ଗୁଣପୁରରେ ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଜୟନ୍ତୀ ପାଳନ

44

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ଗୁଣପୁର – ଗୁଣପୁରରେ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଗୁଣପୁର ପୌର ପରିଷଦ ତରଫରୁ ପାଳନ କରାଯାଇଛି । ଏହି ଅବସରରେ ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଗୁଣପୁର ପୌରାଧ୍ୟକ୍ଷା ମମତା ଗୌଡ଼ ମୁଖ୍ୟ ଅତିଥି ଓ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ଙ୍କ ସମେତ ସମସ୍ତ କାଉନସିଲର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଗୁଣପୁର ପୁରୁଣା ବସଷ୍ଟାଣ୍ଡରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି, ଉପଜିଲ୍ଳାପାଙ୍କ କାର୍ଯ୍ୟାଳୟ ସାମ୍ନାରେ ଥିବା ଲବଣ ସତ୍ୟାଗ୍ରହିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେପରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ କଲେଜ ସାମ୍ନା ଶୈବପୀଠ, ଗଣେଶ ମନ୍ଦିର, ମରାଠିଗୁଡା ରାସ୍ତା, ବ୍ଲକ କାର୍ଯ୍ୟାଳୟ ପଛ ଆଦି ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ବିଜେପି ନଗର ସଭାପତି ଜୟଦେବ ପଣ୍ଡା, ବରିଷ୍ଠ କାଉନସିଲର ଭାଗିରଥୀ ବିଷୋୟୀ, କାଉନସିଲର ତଥା ବିଜେଡି ଜିଲ୍ଲା ସମ୍ପାଦକ ଶିବ ପ୍ରସାଦ ପାଢୀ, କୀର୍ତ୍ତିକୁମାର ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ନୀଳମାଧବ ପାଢୀ, ରାମଚନ୍ଦ୍ର ପଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.