ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ସ୍ଥାନୀୟ ଶକ୍ତିନଗର ପଡ଼ା ମାଁ ମଙ୍ଗଳା ଜନ କଲ୍ୟାଣ କେନ୍ଦ୍ରଠାରେ ସଦର ବ୍ଲକ୍ ପ୍ରାଥମିକ ଶିକ୍ଷକ (ଏକ୍ସ୍ – କ୍ୟାଡ଼ର) ଶିକ୍ଷକ ସଂଘ ତରଫରୁ ପବିତ୍ର ଗୁରୁ ଦିବସ -୨୦୨୪ ପାଳନ l ପ୍ରାଥମିକ ଶିକ୍ଷକ ସଂଘ ର ବ୍ଲକ୍ ସଭାପତି ଶ୍ରୀ ଦାମୋଦର ଚନ୍ଦନଙ୍କ ସଭାପତିତ୍ଵ ରେ ଅତି ଉଲ୍ଲାସର ସହିତ ପାଳିତ ହୋଇଥିଲା। ଏଥିରେ ମୂଖ୍ୟ ଅତିଥି ରୂପେ ଭବାନୀପାଟଣା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ଜୟ କୁମାର ମାଝୀ, ସମ୍ମାନୀୟ ଅତିଥି ରୂପେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ହୃଷିକେଶ ନାଏକ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ବ୍ରହ୍ମାନନ୍ଦ ସାମଲ୍, ଅବସର ପ୍ରାପ୍ତ ଶିକ୍ଷକ ତଥା ସମାଜ ସେବୀ ଶ୍ରୀ ପ୍ରଫୁଲ୍ଲ ତ୍ରିପାଠୀ, କଲେଜ୍ ସ୍କୁଏର୍ ଏସ୍, ବି, ଆଇ ଶାଖା ପରିଚାଳକ ଶ୍ରୀ ସୁମିତ୍ ନାଗ, ଜିଲ୍ଲା ଏକ୍ସ – କ୍ୟାଡ଼ର ଶିକ୍ଷକ ସଂଘ ସଭାପତି ଶ୍ରୀ ସୁବ୍ରତ ଦଣ୍ଡସେନା, ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ଖମାରୀ, କାର୍ଯ୍ୟକାରୀ ସଭାପତି ଶ୍ରୀ ତ୍ରିଲୋଚନ ସାହୁ, ଉପ ସଭାପତି ଶ୍ରୀ ଟୁନା ସ୍ବାଇଁ, ଲଳିତ ନାଏକ, ଅନିଲ ପଟ୍ଟନାୟକ ଓ ଜିଲ୍ଲା ର ସମସ୍ତ ବ୍ଲକ୍ ର ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ଗୁରୁଦିବସ ର ମହତ୍ତ୍ୱ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିବାରେ ନିତ୍ୟାନନ୍ଦ ରଣା, ଯତୀନ କୁମାର ଦାସ, କୈଳାସ ମାଝୀ,ଚକ୍ରଧର ସା , ସାନ ନାଏକ ଓ ଭବାନୀପାଟଣା ବ୍ଲକ୍ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.