୧୭ ବର୍ଷରୁ କମ୍ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଭାଗ ନେବା ପାଇଁ ମୟୂରଭଞ୍ଜ ଟିମ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ଡ଼ିସେମ୍ବର ୧୭ରୁ ୨୧ ପର୍ଯ୍ୟନ୍ତ ଅନୁଗୋଳ ଉଚ୍ଚ ବିଦ୍ୟାଳୟ ପରିସରରେ ହେବାକୁ ଥିବା ୧୭ ବର୍ଷରୁ କମ୍ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା(ବାଳକ ବର୍ଗ)ରେ ଭାଗ ନେବା ପାଇଁ ମୟୂରଭଞ୍ଜ ଟିମ ଆଜି ଅନୁଗୁଳ ଯାତ୍ରା କରିଛନ୍ତି । ଉକ୍ତ ୧୫ ଜଣିଆ ଟିମରେ ସୁବିତ ଶ୍ରୀତମ୍ ସେଠୀ, ଏସକେ. ଫରିଦ, ଚିନ୍ମୟ ପଣ୍ଡିତ, ରୋହିତ ମହାନ୍ତ, ଏସକେ. ୍ଣଫମ କାଦିର, ସୁବୋଧ ମହାନ୍ତ, ହିତେଶ ବେହେରା, ସତ୍ୟ ସୁନ୍ଦର ଦାସ, ସ୍ମୃତି ରଞ୍ଜନ ନାୟକ, ଲଗେନ ସୋରେନ, ସଞ୍ଜୟ ପରିଚ୍ଛା, ମାନସ ରଞ୍ଜନ ନାଏକ, ପପୁନ୍ ନାଏକ, ଦିବ୍ୟଜ୍ୟୋତି ମାହାଲିକ ଓ ରୋହିତ ସାହୁ ପ୍ରମୁଖ ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କ ମାର୍ଗଦର୍ଶନ ଓ ଜିଲ୍ଲା ଶାରିରୀକ ଶିକ୍ଷା ପରିଦର୍ଶକ ଭାଗିରଥୀ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟିମ ମ୍ୟାନେଜର ଭାବେ ଉଦଳା ପୁରୁଣା ବାରିପଦାସ୍ଥିତୟ ରିଜିଓନାଲ ଏକାଡେ଼ମୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶାରିରୀକ କ୍ରୀଡ଼ା ଶିକ୍ଷକ ସୁନୀଲ କୁମାର ସାହୁ ମୟୂରଭଞ୍ଜ ଟିମ ସହିତ ତାଙ୍କର ଯାତ୍ରା ଆରମ୍ଭ କରିଛନ୍ତି ।  ଏହି ପରିପ୍ରେକ୍ଷୀରେ ବାରିପଦା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ଶାରିରୀକ ଶିକ୍ଷା ପରିଦର୍ଶକ ଶ୍ରୀମଲ୍ଲିକ ସହିତ ଜିଲ୍ଲା ଶାରିରୀକ ଶିକ୍ଷା ଶିକ୍ଷକ ସଙ୍ଘର ଯୁଗ୍ମ-ସମ୍ପାଦକ ଦୀପକ କୁମାର ରାମ, ଶାମାଖୁଣ୍ଟା ବ୍ଲକ ଶିରିଶବଣିସ୍ଥିତ ଏସ୍ଭିଏସ୍ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଜୟନ୍ତ ମହାନ୍ତ ପ୍ରମୁଖ ଯୋଗ ଦେଇ ମୟୂରଭଞ୍ଜ କ୍ରିକେଟ ଟିମକୁ ଉତ୍ସାହିତ କରିବା ସଂଗେସଂଗେ ସେମାନଙ୍କ ସଫଳତା କାମନା କରିଥିଲେ ।  

 

Leave A Reply

Your email address will not be published.