ବାସୁଦେବପୁର : ବାସୁଦେବପୁର ରେ ରିଟେଲର ଙ୍କ ଦ୍ୱାରା ହିତାଧିକାରୀ ମାନଙ୍କୁ ଓଜନ ମେସିନ ରେ ହେରା ଫେରି କରି ଚାଉଳ ଦିଆ ଯାଉ ଥିବା ର ଅଭିଯୋଗ ଆସିଥିଲା। ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପାଳିକା ର 13 ନମ୍ବର ୱାର୍ଡ ରେ। ସୂଚନା ଅନୁସାରେ ସାଧାରଣ ନିର୍ବାଚନ ପରେ ଯୋଗାଣ ବିଭାଗ ପକ୍ଷରୁ 3 ମାସ ର ମାଗଣା ଚାଉଳ ଯୋଗାଇ ଦିଆ ଯାଇଛି। ଏହି ଚାଉଳ ବଣ୍ଟନ ପାଇଁ ରିଟେଲର ରାକେଶ ମହାନ୍ତି ଚାଉଳ ଉଠାଇ ନିଜ ବଡଭାଇ ବିଶ୍ୱଜିତ ଙ୍କୁ ବଣ୍ଟନ କରିବା ପାଇଁ କହିଥିଲେ। କିଛି ଉପଭୋକ୍ତା ଚାଉଳ କମ ରହୁଥିବା ନେଇ ସନ୍ଦେହ କରି ଅନ୍ୟ ଦଣ୍ଡି ରେ ପକାଇବା ପରେ ପାଖାପାଖି ମୁଣ୍ଡ ପିଛା 200 ଗ୍ରାମ ଚାଉଳ କମ ଥିବା ଦେଖି ଅସନ୍ତୁଷ୍ଟ ହେବା ସହ ରିଟେଲର ଦାଇତ୍ୱ ରେ ଥିବା ବିଶ୍ୱଜିତ ଙ୍କୁ ଜଣାଇ ଥିଲେ। ମାତ୍ର ମାସକ ପୂର୍ଵରୁ ଓଜନ ମାପ କଣ୍ଟା କୁ ରିନୁ କରିଥିବା ରିଟେଲର ମାପ କଣ୍ଟା ରେ ତୃଟି ଥିବା ଜାଣି ଆଶ୍ଚର୍ଯ୍ୟ ହେବା ସହ ଯେଉଁ ମାନେ ଚାଉଳ ନେଇଥିଲେ ସେମାନଙ୍କୁ ଚାଉଳ ଫେରାଇଦେବା ପାଇଁ କହିବା ସହ ମାପ କଣ୍ଟା ସଜଡା ହେବାପରେ ପୁନର୍ବାର ଚାଉଳ ଦିଆଯିବ କହି ଗୋଦାମ ଘର ବନ୍ଦ କରିଦେଇ ଥିଲେ। ପରେ ଏ ନେଇ ଖବର ପାଇ ଯୋଗାଣ ବିଭାଗ ପକ୍ଷରୁ ତଦନ୍ତ କରିବା ସହ ଓଜନ ମେସିନ କୁ ସିଲ କରାଯାଇଛି। ମାତ୍ର ମାସକ ତଳେ ରିନୁ କରିଥିବା ବେଳେ ଏମିତି ଘଟଣା ଘଟିବା କୁ ନେଇ ସ୍ଥାନୀୟ ଲୋକମାନେ ନାପସନ୍ଦ କରିବା ସହ ୨୨ ବର୍ଷ ଧରି ଆମକୁ ଏହି ରିଟେଲର ରାକେଶ ମହାନ୍ତି ସେବା ଯୋଗାଇ ଆସିଛନ୍ତି କେତେବେଳେ ବି ଏମିତି ଅସୁବିଧା ହୋଇ ନାହିଁ ବୋଲି କିଛି ଗ୍ରାମ ବାସୀ କହିଁଛନ୍ତି। ଘଟଣା ର ପ୍ରକୃତ ସତ୍ୟ କୁ ତଦନ୍ତ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇ ଲୋକ ମାନଙ୍କୁ ସେବା ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.
Next Post