ଜଗତସିଂହପୁର,ତା-୦୭.୦୭.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଅନ୍ତର୍ଗତ ପବିତ୍ର ସିଦ୍ଧାଳୟ ପୀଠ ସିଦ୍ଧଳ ଗ୍ରାମରେ ଥିବା ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଘୋଷଯାତ୍ରା ଅବସରରେ ପୂର୍ବରାତ୍ର ୪.୩୦ ମିନିଟ ସମୟରେ ମଙ୍ଗଳସ୍ମୃତି ପାଠ, ମଙ୍ଗଳ ଆଳତି, ୫.୩୦ ମିନିଟି ସମୟରେ ସ୍ନାଦି ନିତ୍ୟକ୍ରିୟା ସଂପାଦନ, ୭.୩୦ ମିନିଟ ସମୟରେ ମଙ୍ଗଳାର୍ପଣ, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା,ପାକଶାଳପୂଜା, ଷୋଡଶ ଉପଚାର ପୂଜା, ମଧ୍ୟାହ୍ନ ୧୨ ଘଣ୍ଟିକା ସମୟରେ ମଧ୍ୟାହ୍ନ ଧୂପ, ୧୨.୩୦ ମିନିଟ ସମୟରେ ରଥପ୍ରତିଷ୍ଠା ଓ ପତାକାଲାଗି , ଅପରାହ୍ନ ୪ଘଣ୍ଟିକା ସମୟରେ ପ୍ରଭୁଙ୍କ ପହଣ୍ଡି ବିଜେ, ଅପରାହ୍ନ ୪.୩୦ ମିନିଟ ସମୟରେ ପ୍ରଭୁଙ୍କ ପହଣ୍ଡି ବିଜେ, ଅପରାହ୍ନ ୪.୩୦ମିନିଟ ସମୟରେ ଠାକୁର ରାଜା ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଯୋଗଦେଇ ରଥମାର୍ଜନା ଓ ଛେରାପହଁରା କରି ସମସ୍ତ ରୀତିନୀତି କାର୍ଯ୍ୟ ସମାପନ ପରେ ସର୍ବସାଧାରଣଙ୍କ ଭୋଗଲାଗି ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ସାହା ରଥଯାତ୍ରା ଅବସରରେ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ତେବେ ଏହି ରଥଯାତ୍ରା ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ଚତୁର୍ଦ୍ଧାମୂର୍ତ୍ତି ଙ୍କର ଦିବ୍ୟଦର୍ଶନ ଲାଭ କରିଥିଲେ।ମନ୍ଦିର ପରିଚାଳନା ଟ୍ରଷ୍ଟି ଉପଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ତହସିଲଦାର ତାରିଣୀ ରଞ୍ଜନ ରାୟ,,ବିଭାଗୀୟ ଅଧିକାରୀଗଣ, ଆରକ୍ଷୀ ବାହିନୀ,ସମ୍ପାଦକ ଜ୍ୟୋତିରଞ୍ଜନ ପରିଡା, କୋଷାଧକ୍ଷ ଅଭୟ କୁମାର ଦାଶ,ମନ୍ଦିରର ମୁଖ୍ୟ ପଣ୍ଡା ଅରୁଣ କୁମାର ପଣ୍ଡା, ମୁଖ୍ୟ ପୁରୋହିତ ସୁରେନ୍ଦ୍ରନାଥ ଦାଶ ଶର୍ମା ଶରତ କୁମାର ଷଡ଼ଙ୍ଗୀ, ସଂପାଦକ ଜ୍ୟୋତିରଞ୍ଜନ ପରିଡା,ରାମଚନ୍ଦ୍ର ଦାଶ, କାଳିକିଙ୍କର ଆଚାର୍ଯ୍ୟ, ଲଷ୍ମୀନାରାୟଣ ସାମନ୍ତରାୟ, ତରଙ୍ଗ ସେନ ପରିଡା, ପୂର୍ଣ୍ଣ ଚନ୍ଦ୍ର ନାୟକ, ଆଶିଷ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.