ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୭/୦୭/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ପବିତ୍ର ରଥଯାତ୍ରା ଆଜି ହର୍ଷ ଉଲ୍ଲାସ ର ସହ ପାଳିତ ହୋଇଯାଇଛି। ଆଜି ସକାଳେ ମହାପ୍ରଭୁଙ୍କ ନେତ୍ରୋତ୍ସବ କରାଯିବା ପରେ ନବ ଯୌବନ ବେଶ ରେ ଦର୍ଶନ ଦେଇଥିଲେ। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଗୋଟିଏ ଦିନରେ ପଡ଼ିଥିବା ବିରଳ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ କରିବାର ସୁଯୋଗ ପାଇଥିଲେ। ଅପରାହ୍ନ ୨ ଘଣ୍ଟ ସମୟରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ଧାଡ଼ି ପହଣ୍ଡି ରେ ନାମ ସଙ୍କୀର୍ତ୍ତନ କରାଯାଇ ରଥାରୂଢ଼ କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ର ଉପ ସଭାପତି ଜି ଭେଙ୍କେଟେଶ୍ୱର ରାଓ ରଥ ଉପରେ ଛେରା ପହଁରା କରିଥିଲେ । ତିନି ଠାକୁର ରଥାରୂଢ଼ ପରେ ଅପରାହ୍ନ ୪ ଘଣ୍ଟ ସମୟରେ ରଥ ଟଣା ଆରମ୍ଭ ହୋଇଥିଲା। ଭକ୍ତ ଙ୍କ ଗହଣରେ ତିନି ଠାକୁର ନବ ଦିନାତ୍ମକ ମାଉସି ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ରଥ ଯାତ୍ରା ସମୟରେ ଝିପିରି ଝିପିରୀ ବର୍ଷା ହୋଇଥିଲେ ସୁଦ୍ଧା ଶହ ଶହ ସଂଖ୍ୟାରେ ଭକ୍ତ ରଥ ଟାଣିଥିଲେ। ସନ୍ଧ୍ୟା ୬.୩୦ ମିନିଟ ସମୟରେ ରଥ ମାଉସୀ ମା ମନ୍ଦିର ଅଳ୍ପ ଦୂରରେ ଅଟକି ଥିଲେ। ଆଜି ତିନି ଠାକୁର ରଥ ଉପରେ ରହିବାକୁ ଥିବା ବେଳେ ଆସନ୍ତା କାଲି ପୂର୍ବାହ୍ନରେ ପୁଣି ରଥ ଟଣା ଯାଇ ମାଉସୀ ମା ମନ୍ଦିର ରେ ପହଞ୍ଚିବେ। ସେଠାରେ ତିନି ଠାକୁର ୯ ଦିନ ପୂଜା ପାଇବା ପରେ ପୁଣି ବାହୁଡ଼ା ଯାତ୍ରା ରେ ଶ୍ରୀ ମନ୍ଦିର ରେ ବାହୁଡ଼ିବେ। ଭକ୍ତଙ୍କ ନିମନ୍ତେ ଆଜି ଅନ୍ନ ଭୋଗ କରାଯାଇଥିଲା। ଜଗନ୍ନାଥ ମନ୍ଦିର ପୂଜକ ନବୀନ ପାଢ଼ୀ ସହ କାଳିଆ ପାଢ଼ୀ,ଗୋପାଳ ପାତ୍ର ଓ ଗୋବିନ୍ଦ ପଣ୍ଡା ପ୍ରମୁଖ ପୂଜାର୍ଚ୍ଚନା କରିଥିବା ବେଳେ ଡାହୁକ ରଘୁନାଥ ପାତ୍ର, ଦଇତା ପତି ମାନେ ଏଥିରେ ସହଯୋଗ କରିଥିଲେ। ଜଗନ୍ନାଥ ମନ୍ଦିର କମିଟି ସମ୍ପାଦକ ଭଗବାନ ମହାନ୍ତି, କୋଷାଧ୍ୟକ୍ଷ ଜି ସାଇ ରାଜୁ ସହ ଅନ୍ୟ ମାନେ ପରିଚାଳନା କରିଥିଲେ। ଡାବୁଗାଁ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।ସେହିପରି ବ୍ଲକ ର ପଖନାଗୁଡା ରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।
Sign in
Sign in
Recover your password.
A password will be e-mailed to you.