ଧର୍ମେନ୍ଦ୍ରଙ୍କ ସ୍ୱାଗତ ପାଇଁ ପଦ୍ମପୁର ପ୍ରସ୍ତୁତ 

0

ପଦ୍ମପୁତ୍ର/ ନୀଳ ଦୀପ :   ପଦ୍ମପୁର ଆସୁଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ବ୍ୟାପି ଚାଲି ଥିବା ଜନ ସମ୍ପର୍କ ପଦଯାତ୍ରାରେ ଯୋଗ ଦେବା ପାଇଁ ପଦ୍ମପୁର ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ। ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପଦ୍ମପୁର ଗସ୍ତକୁ ନେଇ ପଦ୍ମପୁର ଭାରତୀୟ ଜନତାପାର୍ଟି କାର୍ଯ୍ୟକର୍ତ୍ତା ତଥା ପଦ୍ମପୁର ଜନସାଧାରଣ ମଧ୍ୟ ଉତ୍ସାହିତ ଅଛନ୍ତି। 9.30 ରେ ସତିଭଟା ଏରୋଡ୍ରମ ଫିଲଡ଼ ରେ ଓହ୍ଲାଇ ବିଭିନ୍ନ ଅନୁଷ୍ଠାନ କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତାପରେ ଏକ ବାଇକ ରାଲି ରେ ଦଳୀୟ କାର୍ଯ୍ୟାଳୟ କୁ ଆସି ପରେ କାର୍ଯ୍ୟାଳୟ ଠାରୁ ସ୍ଥାନୀୟ ରାଜବୋରାସମ୍ବର ହାଇସ୍କୁଲ ଖେଳପଡିଆ କୁ ପଦଯାତ୍ରା ରେ ଆସି ସାଧାରଣ ଜନତା ଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.