ସମ୍ବଲପୁରୀ ଦିନ୍ ପାଳନ୍ ଲାଗି ସିର୍ଜିନା ତରଫ୍ନୁ ପ୍ରସ୍ତୁତି ବୈଠକ୍ ।

5

ପଦମପୁର୍ /ଶିବାଶିଷ ପଟ୍ଟନାୟକ:  ଆସବାର୍ କେ ଥିବା ଅଗଷ୍ଟ ୧ ତାରିକ୍ ଦିନ ସତ୍ୟ ନାରାୟଣ ବହିଦାରଙ୍କର୍ ଜନମ ଦିନ୍ କେ ସମଲପୁରୀ ଦିନ୍ ହିସାବେ ପାଳନ୍ କର୍ବାର ଲାଗି ସିର୍ଜିନା ତରଫ୍ନୂ ଗୁଟେ ପ୍ରସ୍ତୁତି ବୈଠକ ଜିତେଶ୍ୱରୀ ଦାଶ୍ ଙ୍କର୍ ଅଧ୍ୟକ୍ଷତା ନେ ଅନୁଷ୍ଠିତ ହେଇ ଯାଇଛେ l ପଦମପୁର ଟାଉନ୍ ହଲ୍ ରେ ପାଳନ୍ କରାଯିବାର୍ ଠିକ୍ ବନ୍ ହେଇଛେ। ହେ ଦିନ ସମ୍ବଲପୁରୀ କବିତା ଆଉ ଗୀତ୍ ଗାଇବେ ଆର୍ ନାଟ୍ ହେବାର୍ ଭିନ୍ ଭିନ୍ କାର୍ଯ୍ୟକ୍ରମ ମାନେ ରହିଛେ। ବଡ୍ କଳାକାର୍ ଶୟନ କୁମାର ମେହେର(ମିନି କଂସ) ଶିବ ସୁନା ଆଉ ଶୁଭମ୍ ଘିବେଲା ଯୋଗ୍ ଦାନ୍ କର୍ବେ। ବଡ୍ ବଡ୍ କଳାକାର ଯେନ୍ତା ବଳରାମ ସାହୁ ଘୋଷିକା ସଂଗୀତା ଦାସ, ଆଭାରାଣୀ ସାହୁ ଆଦି ଯୋଗଦାନ୍ କର୍ବେ ।ଆଜିର୍ ଇ ବୈଠକ୍ ନେ ଭାରତୀ ପଟ୍ଟନାୟକ, ଆଦିତ୍ୟ ରଥ, ସନ୍ତୋଷ ମହାନ୍ତି, ଶେଷଦେବ ମେହେର୍ ଆର୍ କିଶୋର ପାତ୍ର ଯୋଗ୍ ଦେଇଥିଲେ। ଇତାର୍ ସାଙ୍ଗେ ସାଙ୍ଗେ ଇ ବଛର୍ ଅନୁଷ୍ଠାନ ତରଫ୍ନୁ ଓଡ଼ିଶାର୍ କବି କଳାକାର ମାନ୍କୁ ସମ୍ମାନିତ୍ କର୍ବାର କାର୍ଯ୍ୟକ୍ରମ ଅଛେ ବଲି ସମ୍ପାଦକ ରାଜେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍।ଶେଷେ ଉପସଭାପତି ରଥ ଆଜ୍ଞା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.