ଟିମ୍ ସହଯୋଗ ର ବାର୍ଷିକୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

5

ପଦ୍ମପୁର :- ସ୍ଥାନୀୟ ହୋଟେଲ ମଧୁବନ ବିହାର ଠାରେ ଟିମ୍ ସହଯୋଗ ର ବାର୍ଷିକୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ମୌସମ ପାଗଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକୋତ୍ସବ ରେ ସମାଜ ସେବା ରେ ସମର୍ପିତ ସମାଜସେବୀ ମାନଙ୍କୁ ସମ୍ମାନିତ କରାଯିବା ସହ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବା ନେଇ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ପାଦକ ତାପସ କୁମାର ନାୟକ, ପାର୍ଥସାରଥୀ ମହାପାତ୍ର, ବିକାଶ ପଣ୍ଡା, ଦୀପକ ଅଗ୍ରୱାଲ, ପ୍ରଦ୍ୟୁମ୍ନ ମେହେର, ଅଜୟ ଅଗ୍ରୱାଲ ରମାକାନ୍ତ ବହିଦାରଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.