ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୨/୦୬/୨୪ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଜଗନ୍ନାଥ ମନ୍ଦିର ରେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ରତ୍ନବେଦୀ ଖୋଲିବା ପରେ ମଙ୍ଗଳ ଆଳତି ହୋଇଥିଲା। ପୂର୍ବାହ୍ନ ୧୧ ଘଣ୍ଟ ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ସ୍ନାନ ମଣ୍ଡପକୁ ନିଆଯାଇଥିଲା। ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତୀ ଙ୍କୁ ପାରମ୍ପାରିକ ରୀତିରେ ବେଦ ଧ୍ଵନି ପୂର୍ବକ ୧୦୮ କଳସ ସୁବାସିତ ଜଳରେ ଦଇତା ପତି ମାନଙ୍କ ଦ୍ଵାରା ସ୍ନାନ କରାଯାଇଥିଲା। ପରେ ଦିଅଁ ମାନଙ୍କୁ ଗଜାନନଙ୍କ ବେଶରେ ସୁସଜ୍ଜିତ କରାଯାଇ ଆଡ଼ପ ମଣ୍ଡପ ରେ ବିରାଜମାନ କରିଥିଲେ। ଦେବସ୍ନାନ ପୂର୍ଣ୍ଣିମାରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଜଗନ୍ନାଥ ମନ୍ଦିର ପୂଜକ ନବୀନ ପାଢ଼ୀ ଙ୍କ ଦ୍ଵାରା କାର୍ଯ୍ୟକ୍ରମ ସମ୍ପାଦନା ହୋଇଥିବା ବେଳେ ମନ୍ଦିର କମିଟି ସଭାପତି ତଥା ଡାବୁଗାଁ ତହସିଲଦାର ହରି ଓମ ଭୋଇ, ଉପ ସଭାପତି ଜି ଭେଙ୍କେଟେଶ୍ୱର ରାଓ, ସମ୍ପାଦକ ଭଗବାନ ମହାନ୍ତି, କୋଷାଧ୍ୟକ୍ଷ ଜି ସାଇ ରାଜୁ, ବିଡିଓ ଶରତ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏମ ଆପ୍ପା ରାଓ,ସୁରେନ୍ଦ୍ର କୁମାର ମିଶ୍ର, ଏମ ବୁଲୁ , ବାବି ଜେନା, ପ୍ରକାଶ ଚନ୍ଦ୍ର ପଣ୍ଡା,ଗୁପ୍ତ ବିଶୋଇ, ରାମାରାଓ ଚୌଧୁରୀ, ସୂର୍ଯ୍ୟ ସୁବୁଦ୍ଧି, ଦେବରାଜ ପାତ୍ର, ଆର ଶଙ୍କର ରାଓ, ରାଜେନ୍ଦ୍ର ମିଶ୍ର,ସଞ୍ଜୟ ପାଢୀ, ଗୋବିନ୍ଦ ପଣ୍ଡା,ରଞ୍ଜିତ ଘଡେ଼ଇ,ଭଗବାନ ଖୁଣ୍ଟିଆ ,ରଘୁନାଥ ପାତ୍ର ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.