ଭବାନୀପାଟଣା(ଶାସକ ପ୍ରଶାସକ ) ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର ଦେବସ୍ନାନପୂର୍ଣ୍ଣିମା ଅବସରରେ ଶ୍ରୀ ଶ୍ରୀ ଦଧିବାମନ ଜୀଉ ବିଜେ ବାମନକ୍ଷେତ୍ର ସରିଆଁ ଠାରେ ପାଳିତ ହୋଇଯାଇଛି ଦଧିବାମନ ଙ୍କ ସ୍ନାନ ଯାତ୍ରା। ଏହି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସରିଆଁ ଗ୍ରାମର ଗତିଆ ପ୍ରମୋଦ କୁମାର ଭୋଇ (ଅବସର ଶିକ୍ଷକ) ତାଙ୍କ ଧର୍ମପତ୍ନୀ କଳ୍ପନା ଭୋଇ ଓ ଜଗନ୍ନାଥ ମନ୍ଦିର ର ପୂଜକ ବିମଲ ଚନ୍ଦ୍ର ମହାପାତ୍ର ତାଙ୍କର ସହଯୋଗୀ ସରୋଜ ମହାପତ୍ର, ବେଦ ପ୍ରକାଶ ବାହିନୀପତି, ଗଙ୍ଗା ନାରାୟଣ ଦାସ ସରିଆଁ ସଂକୀର୍ତନ ମଣ୍ଡଳୀ ଉପସ୍ଥିତ ରହିଥିଲେ l ଏହି ଅବସରରେ ପ୍ରଥମେ ମଙ୍ଗଳ ଆଳତି ପରେ ସେନାପଟା ଲାଗିହୋଇଥିଲା ପରେ ଆଲଟ ଚାମର ରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ପହଣ୍ଡି । ପରେ ଅବକାଶ ଜଳ ସ୍ଥାପନ ଓ ସୁବାସିତ ଜଳ ବିଜେ ହେଲା ପରେ ମହାପ୍ରଭୁଙ୍କ ଦୈନ୍ୟଦିନ ବେଶ ଓ ବେଶ ଓଲଗି ପରେ ପରେ ଗଜାନନ ବେଶ ରେ ଦର୍ଶନ ଦେଇଥିଲେ ସରିଆଁ ସାଆନ୍ତ ଶ୍ରୀ ଦଧିବାମନ ଜୀଉ ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତି ପରେ ସାହାଣମେଲା ଦର୍ଶନ ଓ ବାହୁଡା଼ ପହଣ୍ଡି ହୋଇ ଫେରିଥିଲେ ଅନବସର ଗୃହକୁ। ଏହି ଅବସରରେ ଦଧିବାମନ ସରିଆଁ ସଂକୃତିକ ଅନୁଷ୍ଠାନ ଗ୍ରାମ୍ୟ ସଂକୀର୍ତନ କମିଟି ର ସମସ୍ତ ସଦସ୍ୟ ଏଥିରେ ଉପସ୍ଥିତ ହେବା ସହିତ ସରିଆଁ ଗ୍ରାମ ତଥା ନିକଟ ଅଞ୍ଚଳର ଶତାଧିକ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା ।
Sign in
Sign in
Recover your password.
A password will be e-mailed to you.
Next Post