ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଦେବସ୍ନାନ ପୁର୍ଣିମା ଉତ୍ସବ ଅନୁଷ୍ଠିତ

6

ଭୁବନେଶ୍ୱର :ମହାପ୍ରଭୁଙ୍କ ସ୍ନାନ ଯାତ୍ରା ୧୦୮ କୁମ୍ଭ ସୁବାସିତ ଜଳରେ ଦିବ୍ୟସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଦେବସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ଅନୁଯାଇ ଦଇତାପତି ସେବାୟତ ମାନେ ଶୃଙ୍ଖଳାର ସହ ଶ୍ରୀମନ୍ଦିରରେ ସମସ୍ତ କାର୍ଯ୍ୟକ୍ରମ କରିଛନ୍ତି । ଆଜି ଭୋର୍ ୬ଟା ମଧ୍ୟରେ ମହାପ୍ରଭୁଙ୍କ ପହଣ୍ଡି କରାଯାଇ । ଦିନ ୧୧ଟା ୨୦ରୁ ୧୨ଟା ୪୫ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି ସଂପନ୍ନ ହୋଇ ଥିଲା ଅପରାହ୍ନ ୨ଟା ୩୦ରେ ଶ୍ରୀଜିଉଙ୍କ ହାତୀବେଶ କରା ଯାଇ ଥିଲା ।

ମହାପ୍ରଭୁଙ୍କ ଶୃଙ୍ଖଳିତ ଗଜାନନ ବେଶ ଦର୍ଶନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି, ଆଜିର କାର୍ଯ୍ୟକ୍ରମରେ କେ ଲଷ୍ମୀ ନାରାୟଣ, ଅନାମିକା ସ୍ୱାଇଁ ପଟ୍ଟନାୟକ, ସ୍ଵର୍ଣ୍ଣଲତା ପାଣି, ପୁଷ୍ପଳତା ରାଉତରାୟ, ଭାରତୀ ଭୂଷଣ ପଟ୍ଟନାୟକ, ବକ୍ସି ପ୍ରମୁଖ ଭଜନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ରାଧାବଲ୍ଲଭ ସିଂ ସମ୍ପାଦକ ପ୍ରଭାକର ମଲ୍ଲିକ ଉପ ସଭାପତି ବୈକୁଣ୍ଠ ମହାପାତ୍ର ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାସ ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର ଡ଼ ରାମଚନ୍ଦ୍ର ମିଶ୍ର ରବିନାରାୟଣ ମିଶ୍ର, ସୁରେଶ ମିଶ୍ର ତ୍ରିଲୋଚନ ନାୟକ ବଂଶୀଧର ନାୟକ, ଅକ୍ଷୟ ସାହୁ ଓ ଅନ୍ୟାନ୍ୟ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.