ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ କାମ କଲେ ଜିଲାର ବିକାଶ ରଥ ଆଗକୁ ଗଡି ପାରିବ ବୋଲି ଜଗତସିଂହପୁର ଜିଲା ସାମ୍ବାଦିକ ସଂଘ(ଉତ୍କଳ ସାମ୍ବାଦିକ ସଂଘ, ଓଡିଶା ଅନୁବନ୍ଧିତ)ଆନୁକୂଲ୍ୟରେ ଆୟୋଜିତ ଜିଲାରୁ ନବ ନିର୍ବାଚିତ ସାଂସଦ ଓ ବିଧାୟକ ମାନଙ୍କୁ ସମ୍ବର୍ଦ୍ଧନା ସମାରୋହ ଓ ଜିଲା ସଂଘ ଆନୁକୂଲ୍ୟରେ ସେବା ସଂଗଠନ “ଅର୍ପଣ” ର ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ଅତିଥି ମାନେ ମତ ପ୍ରକାଶ କରିଛନ୍ତି । ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ସଭାପତି ମନୋଜ କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବ ରେ ପାରାଦୀପର ନବନିର୍ବାଚିତ ବିଧାୟକ ତଥା ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ବିଭୁ ପ୍ରସାଦ ତରାଇ,ବାଲିକୁଦା-ଏରସାମ ବିଧାୟକ ସାରଦା ପ୍ରସନ୍ନ ଜେନା,ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ,ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତି ଭୂଷଣ କର ଓ ରୋଟାରିୟାନ ଯଜ୍ଞାଶିଷ ମହାପାତ୍ର ଓ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସମ୍ପାଦକ ରାଧାକାନ୍ତ ମିଶ୍ର ପ୍ରମୁଖ ଯୋଗଦେଇ ସେବା ମନବୃତ୍ତି ନେଇ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ । ଉପସ୍ଥିତ ସମସ୍ତ ଅତିଥି ଙ୍କ ସହ ସମସ୍ତ ନବ ବିର୍ବାଚିତ ବିଧାୟକ ଓ ସାଂସଦ ଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ଅତିଥି ମାନଙ୍କ ହାତରେ ସେବା ସଂଗଠନ ଅର୍ପଣର ଲୋକାର୍ପଣ କରାଯାଇଥିଲା । ଲୋକାର୍ପଣ ପରେ ଅର୍ପଣ ପକ୍ଷରୁ ଆର୍ଥିକ ଅଭାବ ଯୋଗୁଁ ପାଠ ପଢିପାରୁନଥିବା ଦୁଇ ଜଣ ମେଧାବୀ ଛାତ୍ରୀଙ୍କୁ 5 ହଜାର ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଉତ୍ସବ ରେ ସଂଘ ସାଧାରଣ ସମ୍ପଦ ସାଧାରଣ ସମ୍ପାଦକ ନିରଞ୍ଜନ ବାରିକ ଜଗତସିଂହପୁର ଜିଲା ସାମ୍ବାଦିକ ସଂଘ ଓ ଅର୍ପଣର ଆଭିମୁଖ୍ୟ ବାବଦରେ ସୂଚନା ଦେଇଥିବା ବେଳେ ସଂଗଠନ ସମ୍ପାଦକ ଅମରଜ୍ୟୋତି ସାହୁ ସ୍ୱାଗତ ଭାଷଣ ଓ କୋଷଧକ୍ଷ ମାନଶ କୁମାର କାନୁନଗୋ ଧନ୍ୟବାଦ ଅର୍ପଣ କରିଥିଲେ । ସାମ୍ବାଦିକ ସୋମନାଥ ପରିଡା ଓ ସହ ସମ୍ପାଦକ ଦେଵଜ୍ୟୋତି ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଜିଲା ସଂଘର ସମସ୍ତ ସଦସ୍ୟ ଓ କର୍ମକର୍ତା ମାନେ ସହଯୋଗ କରିଥିଲେ । ଏହି ଉତ୍ସବରେ ଜିଲାର ବିଭିନ୍ନ ସ୍ଥାନରୁ ବହୁ ବୁଦ୍ଧିଜୀବି, ବାରିଷ୍ଟ ନାଗରିକ ଆଇନିଜିବୀ ଓ ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦେଇଥିଲେ । ରୋଟାରିୟାନ ଯଜ୍ଞାଶିଷ ମହାପାତ୍ର ଅର୍ପଣ କୁ 50 ହଜାର ଟଙ୍କା ସହାୟତା ରାଶି ଦେବାପାଇଁ ଘୋଷଣା କରିଥିଲେ ।
Sign in
Sign in
Recover your password.
A password will be e-mailed to you.