ବାଣପୁର( ସେକ କୌସର ): ଅନ୍ତର୍ଜାତୀୟ ଯୋଗ ଦିବସ ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି। ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଯୋଗ ଦେଇଥିଲେ।ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ମହାବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାପରେ ମନ୍ତ୍ରୀ ମହାବିଦ୍ୟାଳୟ ପରିସରରେ ଥିବା ବିଭିନ୍ନ ଦେବାଦେବୀ ଏବଂ ପ୍ରତିଷ୍ଠାତା ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଷ୍ଟାଡିଅମ ମଧ୍ୟକୁ ପ୍ରବେଶ କରିଥିଲେ।ଏହି ଅବସରରେ ତାଙ୍କୁ ବାଣପୁର ବ୍ଲକ ବିଡ଼ିଓ ଶୀତଲ ଅଗ୍ରୱାଲ ସ୍ୱାଗତ ଜଣାଇଥିଲେ ପରବର୍ତ୍ତୀ ସମୟରେ ଯୋଗ ଅଧିବେଶନରେ ମନ୍ତ୍ରୀ ଯୋଗଦେଇଥିଲେ। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମାଜସେବୀ ଜିତେନ୍ଦ୍ର ଭୋଳ, ତହସିଲଦାର ଟି. ପଦ୍ମନାଭ ଦୋରା, ବିଡ଼ିଓ ଶୀତଲ ଅଗ୍ରୱାଲ, ଛାତ୍ରଛାତ୍ରୀ ଏବଂ ବହୁ ବୁଦ୍ଧିଜୀବୀ ଓ କ୍ରୀଡ଼ାବିତ ମାନେ ଉକ୍ତ ଯୋଗ ଅଧିବେଶନରେ ଭାଗ ନେଇଥିଲେ।
ଯୋଗ ଅଧିବେଶନ ସରିବା ପରେ ମହାବିଦ୍ୟାଳୟ ସହକାରୀ ପ୍ରଶାସନିକା ଅଧିକାରିଣୀ ଡ ସୁଜାତା ମିଶ୍ର ଶାନ୍ତିମନ୍ତ୍ର ଓ ଶପଥ ପାଠ କରାଇଥିଲେ। ପରିସରରେ ମୁଖ୍ୟ ଅତିଥି ନିଜର ଅଭିଭାଷଣ ରଖି ଉକ୍ତ କାର୍ଯ୍ୟକ୍ରମକୁ ସମାପନ କରିଥିଲେ।ତେବେ ମନ୍ତ୍ରୀଙ୍କ ଆଗମନରେ ବାଣପୁର ଅଞ୍ଚଳରେ ଏକ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ଶହ ଶହ ଦଳୀୟ କର୍ମକର୍ତ୍ତାଙ୍କ ସମେତ ଜନସାଧାରଣ ଓ ପ୍ରଶାସନିକ ଅଧିକାରୀ ମାନେ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ବାଣପୁର କଲେଜ ଅଧ୍ୟକ୍ଷ ବିନାୟକ ହୋତା ମନ୍ତ୍ରୀଙ୍କୁ କଲେଜ ପରିସର ବୁଲାଇବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଆଗକୁ କଲେଜକୁ ନାକ ଟିମ ଗସ୍ତ ଥିବା ବେଳେ ସମସ୍ତ ସମସ୍ୟା ଯଥାଶୀଘ୍ର ପୁରୁଣ ହେବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେବା ସହ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣିଙ୍କୁ ଡକାଇ ଛାତ୍ରଛାତ୍ରୀଙ୍କ ଯାତାୟାତ ପାଇଁ କଲେଜ ପରିସରରେ ପକ୍କା ରୋଡ ତୁରନ୍ତ ନିର୍ମାଣ ପାଇଁ ନିର୍ଦେଶ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post