ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡ ଜିଲ୍ଲା ରାମନଗୁଡା ବ୍ଲକ ନିଲାମଗୁଡ଼ା ପଂଚାୟତ ର ଗୁଗୁରୁପାଙ୍ଗ ଗ୍ରାମରେ କୃଷି ବିଜ୍ଞାନ କେନ୍ଦ୍ର ଗୁଣୁପୁର ଙ୍କ ତରଫରୁ କୃଷି ଜୀବି ମହିଳା ମାନଙ୍କ ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ଯୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର ର ବିଶେଷଜ୍ଞ ମଧୁମିତା ଷଡ଼ଙ୍ଗୀ, ରାଜୀବ ଟୁଡୁ ଏବଂ ସାମାଜିକ ତଥା ଜୀବନ ଜୀବିକା ସଂଯୋଜକ ପରେଶ ପ୍ରସାଦ ମହାପାତ୍ର ଯୋଗ ଦେଇ ବ୍ୟବସାୟିକ ଦୃଷ୍ଟିରୁ ଛତୁ ଚାଷର ଉପାଦେୟତା ସମ୍ପର୍କ ରେ ଆଲୋଚନା କରିଥିଲେ। ପାରମ୍ପରିକ ଚାଷ ସହିତ ଆନୁସଙ୍ଗିକ ଚାଷ ହିସାବ ରେ ଏହାକୁ ପ୍ରୋତ୍ସାହିତ କଲେ ଚାଷୀ ମାନେ ଲାଭାନ୍ୱିତ ହୋଇପାରିବେ ବୋଲି ପ୍ରକାଶ କରିଥିଲେ । ବିଶେଷ କରି ମହିଳା ମାନେ ଏଥିରେ ମନୋନିବେଶ କଲେ ପରିବାରର ଆର୍ଥିକ ସ୍ଵଚ୍ଛଳତା ହେବା ସହ ପୌଷ୍ଟିକ ଖାଦ୍ୟ ସାର ମିଳିପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ପାଳ ଛତୁ ଚାଷ ନିମନ୍ତେ ଶଯ୍ୟା ପ୍ରସ୍ତୁତ କରିବାର କୌଶଳ ବିଶେଷଜ୍ଞ ମାନେ ହିତାଧିକାରୀ ମାନଙ୍କୁ ଶିଖାଇଥିଲେ। ଗ୍ରାମର ଆଦିବାସୀ ମହିଳା ଗୋଷ୍ଠୀ ଏହି ଚାଷ କରିବାକୁ ଆଗ୍ରହ ପ୍ରକାଶ କଲେ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦିଆଯାଇଥିଲା। ସାମାଜିକ ତଥା ଜୀବନ ଜୀବିକା ସଂଯୋଜକ ପରେଶ୍ ପ୍ରସାଦ ମହାପାତ୍ର ଅଧିକାରୀ ଓ କୃଷିଯିବି ମହିଳା ମାନଙ୍କୁ ସ୍ଵାଗତ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ ଶ୍ରୀମତୀ ମଧୁମିତା ଷଡଙ୍ଗୀ ଛତୁ ଚାଷ ର ପ୍ରଣାଳୀ ଓ ଉପାଦେୟତା ବୁଝାଇବା ସଙ୍ଗେ ସଙ୍ଗେ ଛତୁ ଶଯ୍ୟା ପ୍ରସ୍ତୁତ କରିବା ନେଇ ମହିଳା ମାନଙ୍କୁ ଶିଖାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ରାଜୀବ ଟୁଡୁ ସହଯୋଗ କରିଥିଲେ ଅ ପରିସେଶରେ ପରେଶ୍ ମହାପାତ୍ର ଧନ୍ୟବାଦ୍ ପ୍ରଦାନ କରିଥିଲେ।