ମହାତ୍ମା ଗାନ୍ଧୀ ଇଣ୍ଟର ନେସନାଲ ପବ୍ଲିକ ସ୍କୁଲ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ।

5

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି -ରାୟଗଡ ଜିଲ୍ଲା ଗୁଣୁପୁର ସଦର ମହକୁମା ସ୍ଥିତ ସ୍ଥାନୀୟ ମହାତ୍ମା ଗାନ୍ଧୀ ଇଣ୍ଟର୍ ନେସନାଲ ପବ୍ଲିକ ସ୍କୁଲ ପରିସର ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ବିଶ୍ବ ଯୋଗ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନ ର ପ୍ରିନ୍ସପାଲ୍ ଶ୍ରୀମତୀ ଚିତ୍ରଲେଖା ଭୋଇ ଓ ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ପାତ୍ର ଙ୍କ ନେତୃତ୍ୱ ରେ ଏହି ଯୋଗ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷା ଶ୍ରୀମତୀ ଭୋଇ ତାଙ୍କ ବକ୍ତବ୍ୟରେ ପିଲାଙ୍କୁ ଯୋଗ ଦିବସ ର ମହତ୍ତ୍ଵ ଉପରେ ବିସ୍ତୃତ ଭାବେ ଉପସ୍ଥାପନ କରିବା ସହ କହିଲେ ଯୋଗ ଆମର ପ୍ରାଚୀନ ପରମ୍ପରାର ଏକ ଅମୂଲ୍ୟ ଉପହାର | ଯୋଗ ମନ ଏବଂ ଶରୀରର ଏକତା, ଚିନ୍ତା ଏବଂ କାର୍ଯ୍ୟର ଏକତାକୁ ଧାରଣ କରେ l ଯୋଗ ଏକ ସାମଗ୍ରିକ ଉପାୟ ଯାହା ଆମ ସ୍ୱାସ୍ଥ୍ୟ ଏବଂ ଆମର ମଙ୍ଗଳ ପାଇଁ ମୂଲ୍ୟବାନ ଅଟେ | ଯୋଗ କରିବା ଦ୍ୱାରା ପିଲାଙ୍କ ସ୍ମରଣ ଶକ୍ତି, ଏକାଗ୍ରତା ଓ ଶୃଙ୍ଖଳିତ ଜୀବନ ଶୈଳୀ ଗଠନ ହୋଇଥିବା କହିଥିଲେ ଓ ଯୋଗ କେବଳ ବ୍ୟାୟାମ ବିଷୟରେ ନୁହେଁ; ଏହା ଆମ ଭିତରେ ଏକତାର ଭାବନା ଆବିଷ୍କାର କରିବାର ଏକ ଉପାୟ | ଏହାର ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ ହେଉଛି ଯୋଗ ରୋଗ ପ୍ରତିରୋଧ, ସ୍ୱାସ୍ଥ୍ୟ ପ୍ରୋତ୍ସାହନ ଏବଂ ଅନେକ ଜୀବନ ଶୈଳୀ ସମ୍ବନ୍ଧୀୟ ବ୍ୟାଧିକୁ ମୋଚନ କରିଥାଏ। ପ୍ରଶିକ୍ଷକ ଭାବେ ଶିକ୍ଷୟତ୍ରୀ ବୃନ୍ଦାବତି ଶବର ଓ ମନସ୍ବିନୀ ବାଉରୀ ପିଲାଂକୁ ସୁର୍ଯ୍ୟ ନମସ୍କାର, ଅନୁଲୋମ ବିଲୋମ, କପାଳଭାତି, ଯୋଗ , ପ୍ରାଣାୟାମ ତଥା ବ୍ୟାୟାମ ଆଦିର ପ୍ରଶିକ୍ଷଣ ଦେଇଥିଲେ। ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

 

Leave A Reply

Your email address will not be published.