ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ବିଶ୍ୱ ଯୋଗ ଦିବସ। ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବେଙ୍ଗୁଲୁରୁ ସ୍ଥିତ ପ୍ରଫେସର କାର୍ତି ଗଣେଶ ଦୁରାଇ ଯୋଗ ଗୁରୁ ଯୋଗ ଦେଇ ବିଶ୍ଵବିଦ୍ୟାଳୟର ଛାତ୍ର , ଅଧ୍ୟାପକ ପ୍ରମୁଖ ଙ୍କୁ ଯୋଗର ବିଭିନ୍ନ ଆସନମାନ କରାଇବା ସହ ପ୍ରତ୍ୟେକ ଦିନ ଯୋଗ ଅଭ୍ୟାସ କରିବା ଦ୍ୱାରା ସ୍ବାସ୍ଥ୍ୟ ପ୍ରତି ଉପକାର ବିଷୟରେ ବୁଝାଇଥିଲେ। ବିଶ୍ଵବିଦ୍ୟାଳୟ ସ୍କୁଲ ଅଫ ଇଞ୍ଜିନିୟରିଂର ଡିନ ଡ.ଏ.ବି. ଶ୍ରୀନିବାସ ରାଓ ଯୋଗ ଦେଇଥିବା ବେଳେ ଶିବିରକୁ ଜାତୀୟ ସେବା ଯୋଜନାର କାଯ୍ୟକ୍ରମ ଅଧିକାରୀ ଡ ପ୍ରେମାନସୁ ଶେଖର ରଥ, ପ୍ରଫେସର ବାଣୀ ପ୍ରସାଦ ନାୟକ, ପ୍ରମୋଦ ପଣ୍ଡା ଓ କ୍ରୀଡ଼ା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।