ବେଲଗୁଣ୍ଠା,-(ଶିବରାମ ଚୌଧୁରୀ ), ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ କ୍ଳଷ୍ଟର୍ ର ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍ଏଲ୍ଏନ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ 2024-25 ଶିକ୍ଷା ବର୍ଷର ପ୍ରଥମ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପ୍ରଥମ କ୍ଳଷ୍ଟର୍ ସ୍ତରୀୟ ମାସିକ ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସ, ସସ୍ମିତା ରାଣୀ ଦାଶ,ସୁଚରିତା ଗୌଡ଼,ଶାନ୍ତିଲତା ବେହେରା, ପ୍ରଧାନ ଶିକ୍ଷକ ଶିବରାମ ବେହେରା, ବିଷ୍ଣୁପ୍ରସାଦ ବେହେରା, ଶିଶିର କୁମାର ସ୍ୱାଇଁ,ଶୀତଳ ପ୍ରସାଦ ଜେନା, ଗଙ୍ଗାଧର ସ୍ଵାଇଁ, ଲିଙ୍ଗରାଜ ସେଠୀ,ଏଫ୍ଏଲ୍ଏନ୍ ଶିକ୍ଷକ ଶିବରାମ ମହାନ୍ତି,ଅଶୋକ ବେହେରା,ଜଗନ୍ନାଥ ପାଇକ, ସୁକାନ୍ତ ବେହେରା,ଝାପଲ ମାରାଣ୍ଡି,ମନୋରଞ୍ଜନ ବିଷୋୟୀ,ଆରତୀ ପାତ୍ର, ସ୍ମିତା ନାୟକ,କାଜଲ୍ ପ୍ରଧାନ, ଶୂଭାଙ୍ଗିନୀ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ବୈଠକରେ ବିଦ୍ୟାଳୟ ମନିଟରିଂ,ମୌଳିକ ସାକ୍ଷରତା ଜ୍ଞାନ ଓ ମୌଳିକ ସଂଖ୍ୟାଜ୍ଞାନ,ଏଫ୍ଏଲ୍ଏନ୍ ଟ୍ରାକର୍, ମୋ ସ୍କୁଲ୍ ୱେବ୍ ପୋର୍ଟାଲ୍, ଟାବଲେଟ୍ ବ୍ୟବହାର, ବିଦ୍ୟାଳୟ ନିରାପତ୍ତା ସପ୍ତାହ ସମ୍ପର୍କରେ ଆଲୋଚନା କରାଯାଇଥିଲା I କାର୍ଯ୍ୟକ୍ରମରେ ଶିକ୍ଷକ ସନିତ୍ କୁମାର ଜେନା, ପ୍ରକାଶ ଗୌଡ଼, ନାରାୟଣ ସାହୁ ଏବଂ ଦୀପା ପ୍ରଧାନ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.