ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

5

ପଦ୍ମପୁର :- ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ରେଣୁଧର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା ରେ ସ୍କୁଲର ପୂର୍ବତନ ସଂସ୍କୃତ ଶିକ୍ଷକ ଶ୍ରୀ ସୁଦ୍ୟୁମ୍ନ ଆର୍ଯ୍ୟ ପ୍ରଶିକ୍ଷକ ଭାବରେ ଯୋଗଦାନ କରି ଯୋଗର ମହତ୍ତ୍ଵ ସମ୍ବନ୍ଧ ରେ ଅଭିଭାଷଣ ରଖି କିଛି ଗୁରୁତ୍ୱପୂର୍ଣ୍ଣ ଯୋଗାଭ୍ୟାସ କରେଇ ଥିଲେ। ଏହି ଅବସରରେ ଶିକ୍ଷକ ଶ୍ରୀ ପ୍ରମୋଦ ନାଥ, ଶ୍ରୀମତୀ ନନ୍ଦିନୀ ମିଶ୍ର ତାଙ୍କର ମତବ୍ୟକ୍ତ କରିବା ସହ ଯୋଗାଭ୍ୟାସରେ ଯୋଗଦେଇ ଥିଲେ। ଶ୍ରୀ ଚନ୍ଦ୍ରଭାନୁ ବଡଗୁଛିଆ, ଶ୍ରୀ ସୁରେଶ ପଟେଲ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଶ୍ରୀ ଲେଖ୍ରୁ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.