ସୁନ୍ଦରଗଡ଼,(ବସନ୍ତ କୁମାର ଜେନା):ତାରିଖ, ଅନ୍ତର୍ଜାତୀୟ ଯୋଗ ଦିବସ। ସମଗ୍ର ଦେଶ ସହିତ ସୁନ୍ଦରଗଡ଼ ଜିଲ୍ଲା ରେ ମଧ୍ୟ ପାଳିତ ହୋଇ ଯାଇଛି ଏହି ଅନ୍ତର୍ଜାତୀୟ ଯୋଗ ଦିବସ।
ଏହି ଅବସର ରେ ସ୍ଥାନୀୟ ଭବାନୀ ଭବନ ଖେଳ ପଡ଼ିଆ ଠାରେ ପାଳିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ। କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ,ତଳସରା ଶ୍ରୀ ଭବାନୀ ଶଙ୍କର ଭୋଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ପୂର୍ବତନ ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ଜିଲ୍ଲାପାଳ ଡ଼ା ପରାଗ ଗଭାଲି, ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମିରାସେ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୁଖବନ୍ଧୁ ନାୟକ, ମୁଖ୍ୟ ନିର୍ବାହୀ ଅଧିକାରୀ, ଡି.ଏମ. ଏଫ୍. ଶ୍ରୀମତୀ ସୁଷମା ବିଲୁଙ୍ଗ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀ, ପି. ଏ. ଆଇ. ଟି. ଡି. ଏ. , ଶ୍ରୀ ଧୀରେନ୍ଦ୍ର ସେଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ବିଶ୍ୱକେଶନ ପାଣ୍ଡେ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ବରିଷ୍ଠ ନାଗରିକ, ଜନସାଧାରଣ, ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦାନ କରି ଯୋଗାଭ୍ୟାସ କରିଥିଲେ।
ଏହି ଅବସର ରେ ଅତିଥି ମାନେ ମନୁଷ୍ୟ ଜୀବନରେ ଯୋଗ , ପ୍ରାଣାୟମ ଆଦି ର ମହତ୍ତ୍ଵ ଉପରେ ଗୁରୁତ୍ଵାରୋପ କରିଥିଲେ । ଯୋଗାଭ୍ୟାସ ଶରୀର ର
ସୁସ୍ଥତା ବଜାୟ ରଖିବା ସହିତ ମାନସିକ ସୁସ୍ଥତା ତଥା ଏକାଗ୍ରତା ମଧ୍ୟ ବଢ଼େଇବାରେ ସହାୟକ ହୋଇଥାଏ। ପ୍ରତ୍ୟେକେ ନିୟମିତ ଯୋଗାଭ୍ୟାସ କରିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ସେହିପରି କାର୍ଯ୍ୟକ୍ରମ ରେ ନିୟମିତ ଯୋଗ ଅଭ୍ୟାସ କରିବା ନିମନ୍ତେ ଶପଥ ପାଠ କରାଯାଇଥିଲା।
ଯୋଗାଭ୍ୟାସ କାର୍ଯ୍ୟକ୍ରମ ରେ ଯୋଗ ଗୁରୁ ତଥା ପ୍ରଶିକ୍ଷକ ମାନେ ବିଭିନ୍ନ ଆସନ ସମ୍ପର୍କରେ ଅବଗତ କରାଇବା ସହିତ ସେହି ଆସନ ଗୁଡ଼ିକର ବିଭିନ୍ନ ରୋଗ ଆଦି ଉପରେ ପ୍ରଭାବ ସମ୍ପର୍କରେ ବୁଝାଇଥିଲେ। ପରେ ପରେ ଯୋଗ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପ୍ରକାଶ ଥାଉ କି ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ସହିତ ରାଉରକେଲା ମହାନଗର ନିଗମ ଅଞ୍ଚଳ, ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍, ବେଦବ୍ୟାସ, ସମସ୍ତ ବ୍ଲକ୍ ଏବଂ ସମସ୍ତ ପୌରାଞ୍ଚଳ ରେ ଏହି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେବା ସହ ଯୋଗାଭ୍ୟାସ କରାଯାଇଛି। ଏଥିରେ ଶହ ଶହ ଲୋକ ଅଂଶଗ୍ରହଣ କରିବା ସହ ଯୋଗାଭ୍ୟାସ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post