ରାଉରକେଲା,(ବସନ୍ତ କୁମାର ଜେନା): ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ତରଫରୁ ରାଉରକେଲା ସ୍ଥିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଶ୍ରୀଯୁକ୍ତ ଜୁଏଲ ଓରାମ ଯୋଗ ଦେଇ ଆଜି ବିଶ୍ୱକୁ ଏକ ସୂତ୍ରରେ ଯୋଗ ବାନ୍ଧି ରଖିଛି କହିବା ସହ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗକୁ ନିଜ ଜୀବନଚର୍ଯ୍ୟାରେ ସାମିଲ କରିବାକୁ କହିଥିଲେ। ଭାରତର ବହୁ ବହୁ ପୁରୁଣା ଯୋଗ ସଂସ୍କୃତିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘ ମାଧ୍ୟମରେ ବିଶ୍ଵ ଦରବାରରେ ପହଞ୍ଚାଇଥିବାରୁ ଧନ୍ୟବାଦ ଜଣାଇଥିଲେ।
ଏଥିରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣିଙ୍କ ସହ ଆରଏମସି ଡେପୁଟି କମିଶନର ଅଜିତ କୁମାର ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଅଭିଜିତ ମହାନ୍ତ ସାମିଲ ହୋଇ ନିୟମିତ ଭାବେ ଯୋଗ କରିବାକୁ ଉତ୍ସାହିତ କରିଥିଲେ।
ଯୋଗ ପ୍ରଶିକ୍ଷକ ଶ୍ରୀଯୁକ୍ତ ଶଶିଭୂଷଣ ପତି ଯୋଗ ଶିକ୍ଷା ଦେଇଥିଲେ। କଲ୍ୟାଣୀ ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, କ୍ରୀଡା ଛାତ୍ରାବାସର ଛାତ୍ରଛାତ୍ରୀ ସହିତ ସ୍ଥାନୀୟ ଜନ ସାଧାରଣ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। କଲ୍ୟାଣୀ ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଉରକେଲାର ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପାତ୍ର ମଞ୍ଚ ପରିଚାଳନା କରିଥିଲେ |
ସେହିପରି ପ୍ରସିଦ୍ଧ ଏ୍ୟୈତିହାସିକ ବେଦବ୍ୟାସ ପୀଠ ର ବ୍ୟାସ ମଣ୍ଡପରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛିା
ସ୍ବାମୀ ବ୍ରହ୍ମସାକ୍ଷାତକାରାନନ୍ଦ ସ୍ବରସ୍ବତୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ା ବେଦବ୍ୟାସ ଉଇବିଦ୍ୟାଳୟ , ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ଓ ଗୁରୁକୁଳ ସଂସ୍କୃତ ମହା ବିଦ୍ୟାଳୟ ର ୨୦୦ ରୁ ଅଧିକ ଛାତ୍ର ଛାତ୍ରୀ ଓ ଜନ ସାଧାରଣ ଅଂଶ ଗ୍ରହଣ କରିଥିଲେ ା ପ୍ରଧାନାଚାର୍ଯ୍ୟ ଡା ଉମାକାନ୍ତ ପଣ୍ଡା ଓ ପ୍ରଧାନଶିକ୍ଷକ ପ୍ରଫୁଲ୍ଳ ଚରଣ ବାରିକ ପରିଚାଳନା ରେ ସହଯୋଗ କରିଥିଲେ |