ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ।

6

ପଦ୍ମପୁର:- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇ ଯାଇଛି। ପ୍ରଧାନଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ ଯୋଗଦାନ କରି ଯୋଗର ମହତ୍ତ୍ଵ ସମ୍ୱନ୍ଧ ରେ ତାଙ୍କର ଅଭିମତ ରଖିଥିଲେ ଓ ଯୋଗାଭ୍ୟାସରେ ସାମିଲ ହୋଇଥିଲେ। ଖେଳ ଶିକ୍ଷୟିତ୍ରୀ ଶ୍ରୀମତୀ ନିଳୀମା ରାଣୀ ମହାନ୍ତି ଯୋଗାଭ୍ୟାସ କରେଇଥିବା ବେଳେ ଶ୍ରୀ ମାନସ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.