ପଦ୍ମପୁର:- ସ୍ଥାନୀୟ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପଦ୍ମପୁର ପରିସର ମଧ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପରିଚାଳନା କମିଟିର ସଭାପତି ଶ୍ରୀ ଅଖିଳ ଚନ୍ଦ୍ର ପୁରୋହିତ ମୁଖ୍ୟଅତିଥି ରୁପେ ଯୋଗଦାନ କରିଥିବା ବେଳେ ଗୁରୁକୁଳ ନବପ୍ରଭାତ ବୈଦିକ ବିଦ୍ୟାପୀଠ ନୂଆଁପାଲି ର ଆଚାର୍ଯ୍ୟ ଶ୍ରୀ ଅଜିତ କୁମାର ପଧାନ ଓ ସ୍ଵରଜ୍ୟୋତି କନ୍ୟା ଗୁରୁକୁଳ ନୂଆଁପାଲି ର ଆଚାର୍ଯ୍ୟା
ବରେନ୍ୟା ବାଗ୍ମୀ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ। ନିରୋଗ ରହିବା ପାଇଁ ଯୋଗ ଯେ ଅପରିହାର୍ଯ୍ୟ ଏହା ଉପରେ ସେମାନେ ତାଙ୍କ ମତବ୍ୟକ୍ତ କରିଥିଲେ। ତାଙ୍କ ସହ ଆସିଥିବା ଆଶ୍ରମ ର ବ୍ରହ୍ମଚାରୀ ଅଭିଷେକ ପଧାନ, ଶୁଭମ୍ ମାଝୀ ଓ ଆକାଶ ଭୋଇ ଯୋଗାସନ ଶିକ୍ଷା ଦେଇଥିଲେ। ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ବ୍ରହ୍ମଚାରୀ ମାନଙ୍କୁ କଲେଜ ତରଫରୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା ଏବଂ କଲେଜର ସମସ୍ତ କର୍ମଚାରୀ ଓ ଛାତ୍ରୀମାନେ ଯୋଗାଭ୍ୟାସ ରେ ସାମିଲ ହୋଇ ଶପଥପାଠ କରିଥିଲେ। ଅଧ୍ୟାପିକା ସୁଶ୍ରୀ ସଂଗୀତା ଗୌନ୍ତିଆ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ।କଲେଜର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିଥିଲେ। ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post