ଅଞ୍ଚଳ ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ।

6

ପଦ୍ମପୁର:- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଗୁରୁକୂଳ ନବପ୍ରଭାତ ବୈଦିକ ବିଦ୍ୟାପୀଠ ର ଯୋଗ ଶିକ୍ଷକ ସୁଦୟ ପଧାନ, ଉଦୟନାଥ ଓ ତାପସ ବାରିକ ଆସି ଛାତ୍ର ଛାତ୍ରୀ ମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଶତାଧିକ ଛାତ୍ର ଛାତ୍ରୀ ଯୋଗ କରିଥିଲେ। ଡଃ ବିରଞ୍ଚି ସାହୁ, ପ୍ରାଧ୍ୟାପକ ଖଗେଶ୍ବର ଦାସ, ପ୍ରାଧ୍ୟାପକପ୍ରଭାତ କୁମାର ମହାପାତ୍ର, ଅଧ୍ୟାପକ ଡଃ ସରୋଜ କୁମାର ନାଏକ, ପ୍ରମୋଦ ପାଣିଗ୍ରାହୀ ଓ ପ୍ରଦୀପ କୁମାର ପଣ୍ଡା, ଦେବାଶିଷ ସାହୁ, ଅନନ୍ତ ମଲ୍ଲିକ, ଖୁଦିରାମ ପାତ୍ର, ପୂର୍ଣ୍ଣଚନ୍ଦ୍ର ମିରିଗ, ବଳରାମ ପଧାନ, ଭିକି ଭୋଇ, ପ୍ରାଧ୍ୟାପିକା ତାପିନୀ ପଣ୍ଡା, ଅଧ୍ୟାପିକା ବୁନି ସାହୁ, ସୁରେଶ୍ଵରୀ ପାଣ୍ଡେ, ଏନସିସି, ଏନ୍ ଏସ ଏସ ର ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ପ୍ରଭାତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.