କୁଜଙ୍ଗ ପୋଲିସ ଓ ବ୍ୟାସ ଫାଉଣ୍ଡେସନ ର ସହାୟତାରେ ଘର ବହୁଡ଼ିଲେ ବୃଦ୍ଧ)

5

କୁଜଙ୍ଗ: ଆଜିର ସମାଜରେ ବାପା ମାଆଙ୍କୁ ନିର୍ଯାତନା ଦେବା ଘରୁ ବାହାର କରିଦେବା ଏକ ସାମାଜିକ ବ୍ୟାଧି ହୋଇ ଗଲାଣି। ଏମିତି କି କୋଉ ବାପା ମାଆ ଆଶ୍ରମରେ ରହି ଦିନ କାଟୁଛି ତ କିଏ ଯାଯାବର ଜୀବନ ଯାପନ କରୁଛନ୍ତି। ସେହି ପରୀ ଏକ ଘଟଣା ଦେଖିବାକୁ ମିଳିଥିଲା ଚଟୁଆ ପଞ୍ଚାୟତ ଅଧିନ ଜନାର୍ଦ୍ଦନ ଗ୍ରାମରେ। ଗ୍ରାମର ଗୋପୀନାଥ ପାତ୍ର ବୟସ ୮୦ ପୁଅ ବୋହୁ, ପରିବାର ଦ୍ବାରା ନିର୍ଯାତିତ ହେବା କଥା ଗଣମାଧ୍ୟମ ରେ ପ୍ରକାଶିତ ହେବା ପରେ ନିଜର ଅବଶିଷ୍ଟ ଜୀବନ ଓ ସମସ୍ୟାର ସମାଧାନ ନିମନ୍ତେ ଗୋପୀନାଥ ପାତ୍ର ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଓ ଅନ୍ୟ କର୍ମକର୍ତ୍ତାଙ୍କ ମାଧ୍ୟମରେ ୪ ମାସ ତଳେ ଉପଜିଲ୍ଲାପାଳ ଜଗତସିଂହପୁର ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ସହୃଦୟ ଉପ ଜିଲ୍ଲାପାଳ ଙ୍କ ପତ୍ରାଙ୍କ ୫୮୧୪ ତା-୨/୫/୨୪ ମାଧ୍ୟମରେ କୁଜଙ୍ଗ ଥାନା ଧିକାରୀଙ୍କୁ ଆପୋଷ ବୁଝାମଣା ମାଧ୍ୟମରେ ବୃଦ୍ଧ ଗୋପୀନାଥଙ୍କୁ ଥଇଥାନ ଓ ସୁରକ୍ଷା ସମ୍ପର୍କରେ ନିର୍ଦ୍ଦେଶ ଦେଇଥିଲେ। ଆଜି କୁଜଙ୍ଗ ଥାନା ଅଧିକାରୀ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ଦାଶ ଶିଶୁ ଓ ମହିଳାଙ୍କ ଅଧିକାରୀ ରେଣୁବାଳା ମହାପାତ୍ର ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ, ଉପସଭାପତି ରଶ୍ମିତା ନାୟକ ଗୋପୀନାଥ ପାତ୍ରଙ୍କ ପୁତ୍ର ଓ ପୁତ୍ରବଧୂଙ୍କ ଉପସ୍ଥିତିରେ ଦୀର୍ଘ ସମୟ ଆଲୋଚନା ପ୍ରତ୍ୟାଲୋଚନା ହେବା ପରେ, ପୁଅ ବୋହୁ ସମସ୍ତ ମନ ମାଳୀନ୍ୟକୁ ଭୁଲି ବାପାଙ୍କୁ ନିଜ ସହ ଭଲରେ ରଖିବେ ବୋଲି ଥାନଧିକାରୀ ଓ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷାଙ୍କୁ ଲିଖିତ ପ୍ରତିଶୃତି ଦେବା ପରେ ବାପାଙ୍କୁ ଘରକୁ ନେଇଥିଲେ। କୁଜଙ୍ଗ ପୋଲିସ ଓ ବ୍ୟାସ ଫାଉଣ୍ଡେସନ ର ଏପରି ପରିବାର ପୁନର୍ଗଠନ କାର୍ଯ୍ୟକ୍ରମ ବେଶ୍ ନିଆରା ବୋଲି ସର୍ବ ସାଧାରଣରେ ଆଲୋଚନା ହେଉଛି।

Leave A Reply

Your email address will not be published.