ଭୁବନେଶ୍ୱର,୨୧/୦୬/୨୦୨୪: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ବିଶ୍ୱ ସଂଗୀତ ଦିବସ ପାଳନ ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛିା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଅସ୍ମିତାର ବିକାଶ ଦିଗରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲୋ ଏଥିସହ ସଂଗୀତ ଦିବସର ପ୍ରାସଙ୍ଗିକତା ତଥା କବିି ଜୟଦେବଙ୍କ ଠାରୁ ଆରମ୍ଭ କରି ସାରଳା ଦାସ, ଉପେନ୍ଦ୍ର ଭଞ୍ଜ, ଗୋଦାବରୀଶଙ୍କ ପର୍ଯ୍ୟନ୍ତ ସ୍ରଷ୍ଟାମାନଙ୍କର ସଂଗୀତ ପ୍ରତି ସାହିତ୍ୟର ଅବଦାନ ସଂପର୍କରେ ସୁବିସ୍ତୃତ ଆଲୋଚନା କରିଥିଲୋ ଯୋଗ ସଂପର୍କରେ ସୂଚନା ଦେଇ ଏହା ମାନବକୁ ବିଶେଷ ଭାବରେ ଯୁବଗୋଷ୍ଠୀଙ୍କୁ ନିରାମୟ, ନିରୋଗ ରହିବାର ଏକ ଅବ୍ୟର୍ଥ ମହୌଷଧୀ ବୋଲି କହିଥିଲୋ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ସମସ୍ୟାଗୁଡ଼ିକର ସମାଧାନ କରାଯିବାକୁ ସେ ଦୃଢ ପ୍ରତିଶ୍ରୁତି ମଧ୍ୟ ଦେଇଥିଲୋ
ସେହିଭଳି କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ତାଙ୍କର ସ୍ୱାଗତ ଅଭିଭାଷଣରେ ମାନ୍ୟବର ମନ୍ତ୍ରୀଙ୍କର ଏହି ପ୍ରଥମ ବିଶ୍ୱବିଦ୍ୟାଳୟ ଗସ୍ତ କାର୍ଯ୍ୟକ୍ରମକୁ ସ୍ୱାଗତ କରିବାସହ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପରି ଏକ ଶିକ୍ଷାନୁଷ୍ଠାନରେ ସଂଗୀତ ଦିବସ ପାଳନର ତାପର୍ଯ୍ୟ ଓ ଅନନ୍ୟତା ସଂପର୍କରେ ଆଲୋକପାତ କରିଥିଲୋ ପ୍ରାରମ୍ଭରେ ସେ ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲୋ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ତାଙ୍କ ବ୍ୟକ୍ତବ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସରେ ବିଶ୍ୱ ସଙ୍ଗୀତ ପାଳନର ଅପୂର୍ବ ସଂଯୋଗ ଓ ବିଶେଷତ୍ୱ ସଂପର୍କରେ ଆଲୋଚନା କରିବା ସହ ଦୈନନ୍ଦିନ ଜୀବନରେ ସଙ୍ଗୀତର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲୋ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଓଡ଼ିଶାର ସାଂସ୍କୃତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଦାସର୍ବଦା ରହିଆସିଛି ବୋଲି ସେ ମତବ୍ୟକ୍ତ କରିଥିଲୋ କୁଳସଚିବ ଶ୍ରୀମତୀ ଅନାମିକା ଅଧିକାରୀ ବିଶ୍ୱବିଦ୍ୟାଳୟର କିଛି ମୌଳିକ ସମସ୍ୟା ସଂପର୍କରେ ମାନ୍ୟବର ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲୋ
ସହକାରୀ ପ୍ରଫେସର ଡ. ଆଶିଷ କୁମାର ମହାପାତ୍ର ଓ ଡ. ଜ୍ଞାନ ରଞ୍ଜନ ପଣ୍ଡାଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଡ. ଚକ୍ରଧର ବେହେରା, ପରୀକ୍ଷା ନିୟନ୍ତ୍ରକ ଶ୍ରୀଯୁକ୍ତ ଧରଣୀଧର ରଣା ଓ ବିତ୍ତ ନିୟନ୍ତ୍ରକ ଶ୍ରୀମତୀ ସୁନନ୍ଦା ଷଢଙ୍କୀ ପ୍ରମୁଖ ଉପସ୍ଥିତ ଥିଲୋ ଏହି ଅବସରରେ ଓଡିଶୀ ସଙ୍ଗୀତ ବିଭାଗର ସହଯୋଗୀ ପ୍ରଫେସର ଡ଼ ଧୀରଜ କୁମାର ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ବିଶେଷ ସଂଗୀତ କାର୍ଯ୍ୟକ୍ରମରେ ଜୟଦେବ ରଚିତ ଗୀତଗୋବିନ୍ଦ ଓ ଭୀମଭୋଇଙ୍କ ରଚିତ ଭଜନ ପରିବେଷଣ ସହ ଓଡ଼ିଶୀ ଛାନ୍ଦ ଓ ଚମ୍ପୁ ମଧ୍ୟ ପରିବେଷିତ ହୋଇଥିଲାା ଡ. ସନ୍ଦିପ କୁମାର ରାଉତ ଓ ଗୁରୁ ଜବାହାର ମିଶ୍ରଙ୍କ ମିଳିତ ସହଯୋଗରେ ଯନ୍ତ୍ର ସଂଗୀତ ପରିବେଷଣ କରାଯାଇଥିଲାା ଏଥିସହ ବିଶ୍ୱବିଦ୍ୟାଳୟ ପରିସରରେ ମାନ୍ୟବର ମନ୍ତ୍ରୀ ଏବଂ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ବୃକ୍ଷ ରୋପଣ କରିଥିଲୋ ପ୍ରକାଶ ଥାଉ କି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ପ୍ରାତଃକାଳରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଏକ ସ୍ୱତନ୍ତ୍ର ଶିବିରର ଆୟୋଜନ କରାଯାଇ ଯୋଗ ମାଧ୍ୟମରେ ନିରାମୟ ଜୀବନଯାପନ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲାା ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗୀୟ ଅଧ୍ୟାପକ ତଥା କର୍ମଚାରୀ ଅଂଶ ଗ୍ରହଣ କରିଥିଲୋ
Sign in
Sign in
Recover your password.
A password will be e-mailed to you.