ଭୁବନେଶ୍ୱର:ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ଆଜି ସକାଳେ ଅନୁଷ୍ଠିତ ହୋଇଯାଇଛିା ଏହି ଅବସରରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲୋ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବସ୍ତିବାସିନ୍ଦା ଓ ବିଭିନ୍ନ ବର୍ଗର ଲୋକମାନେ ଯୋଗଦେଇ ଯୋଗାଭ୍ୟାସ କରିଥିଲୋ
ସେହିଭଳି ଆଜି ଅପରାହ@ରେ ଅନ୍ତର୍ଜାତୀୟ ସଂଗୀତ ଦିବସ ପାଳିତ ହୋଇଛିା ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ଐତିହାସିକ ନିହାର ରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ସାହିତି୍ୟକ ତଥା ଅନୁବାଦକ ଡ. ସଂଗ୍ରାମ ଜେନା, ବିଶିଷ୍ଟ ଚିତ୍ରଶିଳ୍ପୀ ରାମହରି ଜେନା, ବିଶିଷ୍ଟ ଗାନ୍ଧୀବାଦୀ ଚିନ୍ତକ ପ୍ରହ୍ଲାଦ ସିଂହ, ସାହିତି୍ୟକ ମିହିର ସାହୁ, ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲୋ ଏକ ଭଲ ସଂଗୀତ ମଣିଷ ଜୀବନକୁ କିଭଳି ପ୍ରଭାବିତ କରିଥାଏ ଅତିଥିମାନେ ମତବ୍ୟକ୍ତ କରିଥିଲୋ ଓଡ଼ିଶାର ମହାନ ବରପୁତ୍ରମାନଙ୍କ ଦ୍ୱାରା ରଚିତ କାଳଜୟୀ ସଂଗୀତଗୁଡ଼ିକୁ ପରିବେଷଣ କରାଯାଇଥିଲାା
Sign in
Sign in
Recover your password.
A password will be e-mailed to you.