ବରଗଡ :- ଶରୀରକୁ ସୁସ୍ଥ , କର୍ମଠ ସତେଜ ରଖିବା ପାଇଁ ଆମ ପୂର୍ବ ପୁରୁଷ ମାନେ ଯୋଗ ପ୍ରଣାୟମକୁ ନିଜର ଦୈନନ୍ଦିନ ଜୀବନଚର୍ଯ୍ୟାରେ ସାମିଲ କରି ଦୀର୍ଘାୟୁ ହୋଇ ପାରୁଥିଲେ । ଯୋଗ ଭାରତୀୟ ପରମ୍ପରା ଓ ସଂସ୍କୃତି ର ଏକ ମହତ୍ୱପୂର୍ଣ୍ଣ ଅଂଶ । ଶରୀର ସୁସ୍ଥ ରହିଲେ ଜୀବନ ସରସ ସୁନ୍ଦର ହୋଇପାରିବ ,ଏକଥା ଆମ ଋଷି ମୁନି ମାନେ ଜାଣିଥିଲେ , ଆମର ବିଭିନ୍ନ ଧର୍ମ ଗ୍ରନ୍ଥ ରେ ମଧ୍ୟ ନିୟମିତ ଯୋଗ କରିବାର ଲାଭ କୁ ସୁନ୍ଦର ଭାବରେ ବର୍ଣନା କରାଯାଇଛି । ଯୋଗ ଓ ପ୍ରଣାୟମ ହେଉଛି ବିଶ୍ୱ କୁ ଭାରତ ବର୍ଷ ର ଶ୍ରେଷ୍ଠ ଅବଦାନ । ଆଜି ସାରା ବିଶ୍ୱ ଭାରତ ବର୍ଷକୁ ଅନୁସରଣ କରି ଆଜି ବିଶ୍ୱ ଯୋଗ ଦିବସ ପାଳନ କରି ଯୋଗ ଦ୍ୱାରା ମାନବ ସମାଜ କୁ ହେଉଥିବା ଲାଭ ବାବଦରେ ପ୍ରଚାର କରିଛି ।
ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଆଜି ପାଇକମାଲ ବ୍ଲକ ପ୍ରଶାସନ , ମନ୍ଦିର ପ୍ରଶାସନ ସ୍ଥାନୀୟ ସଚେତନ ନାଗରିକ ମାନଙ୍କ ଦ୍ୱାରା ବିଶ୍ୱ ଯୋଗ ଦିବସ ପାଳନ କରାଯାଇଥିଲା । ମହାପ୍ରଭୁଙ୍କ ପବିତ୍ର ମନ୍ଦିର ପରିସର ରେ ଆୟୋଜିତ ଏହି ଭବ୍ୟ ସମାରୋହ ରେ ପାଇକମାଲ ବ୍ଲକର ଅନେକ ଲୋକ ପ୍ରତିନିଧି , ବିଭିନ୍ନ ଅନୁଷ୍ଠାନ ର ଛାତ୍ରଛାତ୍ରୀ , ପାଇକମାଲ ଅଞ୍ଚଳ ର ଅନେକ ଭଦ୍ରବ୍ୟକ୍ତି ସଚେତନ ନାଗରିକ ଯୋଗଦାନ କରି ଯୋଗ କରିବା ସହିତ ଯୋଗଗୁରୁ ନନଙ୍କ ନିକଟରୁ ଯୋଗ ବାବଦରେ ଜ୍ଞାନ ଆହରଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପାଞ୍ଚ ଶହରୁ ଉର୍ଧ୍ଵ ଲୋକେ ଯୋଗଦାନ କରିଥିବା ବେଳେ , ପାଇକମାଲ ବିଡ଼ିଓ ଶ୍ରୀ ପ୍ରଫୁଲ୍ଲ କୁମାର ଅଦୁ , ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ତଥା ସ୍ଥାନୀୟ ସ୍ବେଚ୍ଛାସେବୀ ମାନେ ପରିଚାଳନା କରିଥିବାବେଳେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ ଭାବନା ସିଂ ସ୍ଥାନୀୟ ପ୍ରଶାସନ ତରଫରୁ ସମସ୍ତଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.