ୟୁ.ଏ.ପି.ଏ. ଆଇନ୍‌କୁ ରଦ୍ଦ କର ଅରୁନ୍ଧତି ରାୟ ଓ ସେଖ୍ ସୌକତ ହୁସେନ୍‌ଙ୍କ ବିରୋଧରେ କେସ୍ ରୁଜୁ କରିବା ବଦ କର : ଦେଶବ୍ୟାପୀ ପ୍ରତିବାଦ ଦିବସ

6

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟ ରେ ଗୁଣପୁର ସହକାରୀ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ଦୀର୍ଘ ୧୪ବର୍ଷ ପୂର୍ବେ ୨୧ ଅକ୍ଟୋବର ୨୦୧୦ରେ ଆନ୍ତର୍ଜାତୀକ ଖ୍ୟାତିସମ୍ପନ୍ନ ଲେଖିକା ଅରୁନ୍ଧତି ରାୟ ଓ ଅନ୍ତଃରାଷ୍ଟ୍ରୀୟ ଆଇନ୍‌ର ପ୍ରଫେସର ସେଖ୍ ସୌକତ୍, ହୁସେନ୍ କାଶ୍ମିର ଉପରେ ଦିଲ୍ଲୀଠାରେ ନିଜର ଭାଷଣ ରଖିଥିଲେ । ଏହି ଭାଷଣ ବିରୁଦ୍ଧରେ ଏହାର ସାତଦିନ ପରେ ସୁଶୀଲ୍ ପଣ୍ଡିତ ନାମକ ଜଣେ ସାମାଜିକ କର୍ମୀ ଏଫ୍.ଆଇ.ଆର. ଔଦାଖଲ କରିଥିଲେ । ନିୟମ ଅନୁଯାୟୀ ଏହି ଏଫ୍. ଆଇ.ଆଉ ଉପରେ ତିନିବର୍ଷ ଭିତରେ ବିଚାର କରାଯିବା କଥା । ନଚେତ୍ ଏହା ମନକୁ ମନ ରଦ୍ଦ ହୋଇଯିବ ଓ କୋର୍ଟ ଏହାର ବିଚାର କରିପାରିବେ ନାହିଁ । ତେଣୁ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣନର ବି.କେ. ସାକ୍ସେନା ଅଭିସନ୍ଧିମୂଳକ ଭାବେ ନିଷ୍ଠୁର ୟୁ.ଏ.ପି.ଏ. ଆଇନର ପ୍ରୟୋଗ କରି ଅରୁନ୍ଧତି ରାୟ ଓ ସେଖ୍ ସୌକତ ହୁସେନ୍‌ଙ୍କ ବିରୋଧରେ କେସ୍ ଚଳାଇବା ପାଇଁ ଅନୁମତି ଦେଇଛନ୍ତି ଯାହା ଅଗଣତାନ୍ତ୍ରିକ, ଭିନ୍ନମତ ପ୍ରକାଶ କରିବାର ଅଧିକାର ଓ ନାଗରିକ ଅଧିକାର ଉପରେ କୁଠାରଘାତ କରୁଛି । ଆମ ପାର୍ଟି ସି ପି ଆଇ (ଏମଏଲ) ଲିବରେସନ ୟୁ.ଏ.ପି.ଏ. ଭଳି ନିଷ୍ଠୁର ଆଇନ୍‌କୁ ରଦ୍ଦ କରିବାକୁ ଦାବି କରୁଛି ଓ ଏଥିପାଇଁ ସାରା ଦେଶରେ ଆଜି ବିକ୍ଷୋଭ ସମାବେଶ ଅନୁଷ୍ଠିତ କରୁଛି । ସାକ୍ସେନା ହେଉଛନ୍ତି ସେହିଲୋକ ଯିଏ ପ୍ରଖ୍ୟାତ୍ ଆନ୍ଦୋଳନକାରୀ ମେଧାପାଟକରଙ୍କ ବିରୋଧରେ ମିଥ୍ୟା ମାନହାନୀ ମୋକଦ୍ଦମା ପାଇଁ ଅନୁମତି ଦେଇଥିଲେ । ଫାସିଷ୍ଟ ଏନ୍‌ଡିଏ ସରକାର ଭିନ୍ନମତ ପ୍ରକାଶ କରିବାର ଅଧିକାର ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିବା ପାଇଁ ଏବେ ଜୁଲାଇ ୧ ତାରିଖରୁ ନୂଆ କ୍ରିମିନାଲ୍ ଆଇନ୍ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଯାହାକୁ ଆମ ପାର୍ଟି ଘୋର ବିରୋଧ କରୁଛି ଓ ସାରା ଦେଶର ବାମପନ୍ଥୀ ଗଣତାନ୍ତ୍ରିକ ଦଳ ସାମାଜିକ କର୍ମୀ ଏହି ଆଇନ୍‌ର ବିରୋଧ କରିବାକୁ ଆହ୍ବାନ କରୁଛି । ଏହାସହ ଦେଶର ସମସ୍ତ ରାଜନୈତିକ ବନ୍ଦୀଙ୍କ ଖଲାସ ଓ ଯେଉଁ ବନ୍ଦୀମାନେ ଦଣ୍ଡ ଭୋଗି ସାରିଛନ୍ତି ସେମାନଙ୍କର ତୁରନ୍ତ ଖଲାସ ଦାବି କରୁଛି ।
ଉପସ୍ଥିତ ଥିଲେ ତ୍ରିପତି ଗମାଙ୍ଗ – ମିନ ଶବର – କୈଳାଶ ଶବର – ନିରଞ୍ଜନ ଶବର – ଗୋବିନ୍ଦ ପାତିକା – ଦାସୁରୁ ପାତିକା – ରାଜେନ୍ଦ୍ର ମାଝୀ – ଗାଙ୍ଗାନା ଶବର ସଂଗ୍ରାମ ଶବର – କରୁଣା କର ଲିମା – ଦବୃନ୍ଦାବନ ବିଦିକା – ଦୟନି ଶବର – ପଦ୍ମା ଶବର – ବୃନ୍ଦାବତୀ ଶବର

Leave A Reply

Your email address will not be published.