ନବରଙ୍ଗପୁର , ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲାର ଟିରଲିଆମ୍ବାଗୁଡ଼ା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ୧୦ ତମ ଆନ୍ତର୍ଜାତୀୟ ଯୋଗ ଦିବସ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି। ଏହି ଯୋଗ ଶିବିର କୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ବିନୋଦ ବିହାରୀ ବେହେରା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ମୁଖ୍ୟ ଯୋଗ ପ୍ରଶିକ୍ଷକ ଭାବେ ଶ୍ରୀ ବିନୋଦ କୁମାର ବେହେରା ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଯୋଗର ଆବଶ୍ୟକତା କାହିଁକି,ସେ ବିଷୟରେ ସମ୍ୟକ୍ ସୂଚନା ଦେବା ସହ ବିଭିନ୍ନ ଯୋଗ ,ଆସନ,ପ୍ରାଣାୟମ ଅଭ୍ୟାସ କରେଇଥିଲେ।ଏକ ଘଣ୍ଟା ଧରି ଆୟୋଜିତ ଯୋଗ ଶିବିର ର ଶେଷରେ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ରାଜୀବ ଜାଲ ସରକାର ଙ୍କ ଦ୍ଵାରା ପ୍ରଦତ୍ତ ଯୋଗ ସମ୍ବନ୍ଧୀୟ ଶପଥ ପାଠ କରେଇ ଥିଲେ। ଏହାପରେ ଯୋଗ ଦିବସ ପାଇଁ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ର ବିଜୟୀ ପ୍ରତିଯୋଗୀ ଙ୍କୁ ମାନପତ୍ର ଓ ପୁରସ୍କାର ଅଧ୍ୟକ୍ଷ ଓ ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।ଏହି ଶିବିରରେ ସମସ୍ତ ବିଭାଗୀୟ ମୁଖ୍ୟ,କର୍ମଚାରୀ, ଛାତ୍ର ଛାତ୍ରୀ ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.