ଏସସିଏସଟିଆରଟିଆଇରେ ଆରମ୍ଭ ହେଲା ରକ୍ତଶିକୁଳି ରକ୍ତହୀନତା ନିରାକରଣ ସଚେତନତା ଅଭିଯାନ

5

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ(ଏସସିଏସଟିଆରଟିଆଇ)ରେ ଆରମ୍ଭ ହେଲା ରକ୍ତଶିକୁଳି ରକ୍ତହୀନତା ନିରାକରଣ ସଚେତନତା ଅଭିଯାନ କାର୍ଯ୍ୟକ୍ରମା ବିଶ୍ୱ ରକ୍ତଶିକୁଳି ଦିବସ ଅବସରରେ ଆଜିଠାରୁ ଦୁଇ ସପ୍ତାହ ବ୍ୟାପି ଅର୍ଥାତ ଜୁଲାଇ ୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହେବା ଏନେଇ ଆଜି ପ୍ରତିଷ୍ଠାନରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛିା ଏହି କାର୍ଯ୍ୟକ୍ରମର ଆୟୋଜକ ତଥା ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ଯୋଗଦେଇ ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲୋ
କର୍ମଶାଳାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୂର୍ବତନ ନିର୍ଦ୍ଦେଶିକା ଡା. ସେବା ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ରକ୍ତଶିକୁଳି ରୋଗର କାରଣ, ରକ୍ତହୀନତାର ନିରାକରଣ ତଥା ରୋଗ ସମ୍ପର୍କିତ ସର୍ବସାଧାରଣରେ ସଚେତନତା ସୃଷ୍ଟି କରିବା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲୋ ଅନୁଷ୍ଠାନର ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ସମରେନ୍ଦ୍ର ଭୂତିଆ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଡ଼ ସଂଘମିତ୍ରା ସେଠୀ, ଶ୍ରୀଧର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲୋ କର୍ମଶାଳାରେ ଜନଜାତି ବିଭାଗର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଅନୁଷ୍ଠାନର କର୍ମଚାରୀ ଏବଂ ରାଜ୍ୟ ଜନଜାତି ସଂଗ୍ରହାଳୟର ପରିଦର୍ଶକମାନେ ଅଂଶଗ୍ରହଣ କରିଥିଲୋ

Leave A Reply

Your email address will not be published.