ଉଚ୍ଚ ମାନର ସାଂସ୍କୃତିକ କାର୍ଯ୍ୟକ୍ରମ, ଆକର୍ଷଣୀୟ ଫଟୋଚିତ୍ର ପ୍ରଦର୍ଶନୀ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରଚାର, ପ୍ରସାର ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର: ଓଡ଼ିଆ ଜାତିର ପରମ ଆରାଧ୍ୟ ହେଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥା ସେ ଓଡ଼ିଆଙ୍କ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନା ଏବଂ ଅସ୍ମିତାର କେନ୍ଦ୍ରବିନ୍ଦୁା ପ୍ରତିବର୍ଷ ପୁରୀଠାରେ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପାଇଁ ଦେଶବିଦେଶରୁ ଛୁଟି ଆସନ୍ତି ଅଗଣିତ ଭକ୍ତା ଏହି ମର୍ମରେ ଚଳିତ ବର୍ଷ ରଥଯାତ୍ରାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପରେ ନ୍ୟସ୍ତ ଦାୟିତ୍ୱକୁ ସୁବ୍ୟବସ୍ଥିତ ଓ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ କହିଛନ୍ତିା
ଲୋକସମ୍ପର୍କ ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ରଥଯାତ୍ରା ପାଇଁ ବିଭାଗ ପକ୍ଷରୁ ଆୟୋଜନ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲାା ପ୍ରାରମ୍ଭରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଗତ ବର୍ଷ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଚଳିତ ବର୍ଷର ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲୋ ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ପୁରୀର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ କରାଯିବାକୁ ଥିବାବେଳେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ସଂଖ୍ୟା ବଢାଇବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତିା ସହରର ପ୍ରମୁଖ ସ୍ଥାନ ଯଥା, ସିଂହଦ୍ୱାର, ବଳଗଣ୍ଡି, ବଡ଼ଶଙ୍ଖ, ଜଗନ୍ନାଥ ବଲ୍ଲଭ ମଠ, ଦିଗବାରେଣୀ, ଗୁଣ୍ଡିଚାବାଡ଼ି, ମାଳତିପାଟପୁର, ସୁଭାଷ ବୋଷ ଛକ, ପାନ୍ଥଭବନ, ତାଳବଣିଆ, ସମଙ୍ଗ ପାର୍କିଂ ସ୍ଥଳ, ଶ୍ରୀଦାଣ୍ଡ ଏବଂ ରେଳଷ୍ଟେସନଠାରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛିା
ରଥଯାତ୍ରାର ସିଧା ପ୍ରସାରଣ, ଲାଇଭ କମନ ଫିଡ୍, ରଥଯାତ୍ରା ଦିନ ସିଂହଦ୍ୱାରଠାରେ ବିଶିଷ୍ଟ ଅତିଥିମାନଙ୍କ ସତ୍କାର ପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ପୁରୀର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହଯୋଗରେ ଅସ୍ଥାୟୀ ସୂଚନା କେନ୍ଦ୍ରଗୁଡ଼ିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ପ୍ରତ୍ୟହ ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚରେ ଭଜନ ପରିବେଷଣ କରାଯିବା ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ରଥଯାତ୍ରା ବିଶେଷାଙ୍କ ତଥା ଜଗନ୍ନାଥ ଜଣାଣ ପ୍ରକାଶନ କରାଯାଇ ବିକ୍ରୟ କରାଯିବା ଟେଲିଭିଜନ ଓ ଫଟୋ କଭରେଜ, ରେଡ଼ିଓ ଜିଙ୍ଗଲ ଏବଂ ବିଜ୍ଞାପନ ପ୍ରସାରଣ ବ୍ୟବସ୍ଥା ସହ କଟକରୁ ପୁରୀ ଜାତୀୟ ରାଜପଥରେ ନିର୍ଦ୍ଧାରିତ ସ୍ଥାନମାନଙ୍କରେ ହୋର୍ଡିଂ ମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ବ୍ୟବସ୍ଥା କରାଯିବା ଖବରକାଗଜରେ ବିଜ୍ଞାପନ ଏବଂ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନେବାକୁ ପ୍ରମୁଖ ଶାସନ ସଚିବ ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲୋ ରଥଯାତ୍ରା ଅବସରରେ ପୁରୀ ପଲ୍ଲିଶ୍ରୀ ମେଳାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଗନ୍ନାଥ ସଂସ୍କୃତି ଏବଂ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଧାରିତ ଯେଉଁ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥାଏ ତାହାକୁ ଆହୁରି ଆକର୍ଷଣୀୟ କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ପରାମର୍ଶ ଦେଇଥିଲୋ ଓଡ଼ିଶାର ୩୦ଟି ଜିଲ୍ଲାରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ସ୍ଥାନଗୁଡ଼ିକରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ବିକ୍ରୟ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବା ଶୃଙ୍ଖଳିତ ଢଙ୍ଗରେ କାର୍ଯ୍ୟ ସମ୍ପାଦନ ସହ ଏହାକୁ ସଫଳ କରିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲୋ
ବୈଠକରେ ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟରଞ୍ଜନ ମହାନ୍ତି, ଶ୍ରୀ ଗୁରବୀର ସିଂହ, ଶ୍ରୀ ବିଶ୍ୱଜିତ ଦାଶ, କ୍ଷେତ୍ର ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ପୁରୀ ଶ୍ରୀ ସନ୍ତୋଷ କୁମାର ସେଠୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲୋ