ଟିଆରା ମିସ୍ ଇଣ୍ଡିଆ ଓ ମିସେସ୍ ଇଣ୍ଡିଆ ଆସନ୍ତା ୩୦ରେ

6

ରାଉରକେଲା,(ବସନ୍ତ କୁମାର ଜେନା): ଟିଆରା ମିସ୍ ଇଣ୍ଡିଆ ଓ ମିସେସ୍ ଇଣ୍ଡିଆ ଆସନ୍ତା ୩୦ରେ ଅନୁଷ୍ଠିତ ହେବ। ଏହି ସମ୍ପର୍କରେ ସ୍ଥାନୀୟ ପାନ୍ଥନିବାସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କର୍ମକର୍ତ୍ତାଗଣ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଲେ ଯେ ଆସନ୍ତା ୩୦ରେ ସ୍ଥାନୀୟ ଏନ୍ଆଇଟି ପରିସରରେ ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମର ଆୟୋଜିକା ନିଲମ ସାହୁଙ୍କ ଆବାହକତ୍ଵ ଓ ସଂଯୋଜନାରେ ଆୟୋଜିତ ଏହି ଏହି ସମ୍ମିଳନୀରେ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଡାକ୍ତର ଲୋପାମୁଦ୍ରା ସାହୁ, ଡାକ୍ତର ଅକ୍ଷିଲେଶ ସାମଲ, ସ୍ବିଟି ଅଗ୍ରୱାଲ, ସୁବ୍ରତ ରାୟ, ଆଶୁତୋଷ ଜୟସ୍ବାଲ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ରାଉରକେଲା ରେ ପ୍ରଥମ କରି ହେଉଥିବା ବେଳେ ଏଥିରେ ଭାରତବର୍ଷର ବିଭିନ୍ନ ରାଜ୍ୟ ତଥା ଆନ୍ତର୍ଜାତିକ ସ୍ତରରୁ କିଛି ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ମହିଳା ମାନଙ୍କ ମଧ୍ୟରେ ଥିବା ଆଭ୍ୟନ୍ତରୀଣ ଶକ୍ତି ବା
ସୈ।ନ୍ଦର୍ଯ୍ୟବୋଧ ନୁହେଁ ନିଜ ଭିତରେ ଥିବା ଅନ୍ତଃପ୍ରତିଭା କୁ ବିକଶିତ କରିବା ଏହାର ମୂଳଲକ୍ଷ୍ୟ । ଏଥିରେ ଅଂଶଗ୍ରହଣ କରିବା ପାଇଁ ଅନଲାଇନ ମାଧ୍ୟମରେ ପଞ୍ଜିକରଣ ସହ ପ୍ରତିଯୋଗିତା କରାଯାଉଛି। ଏହି ପ୍ରତିଯୋଗିତା ପାଇଁ ସର୍ବନିମ୍ନ ୧୫ ବର୍ଷରୁ ୫୦ବର୍ଷ ପର୍ଯ୍ୟନ୍ତ ମହିଳା ମାନେ ଅଂଶଗ୍ରହଣ କରି ପାରିବେ। ସେହିପରି କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ବିଭିନ୍ନ ଗଣମାଧ୍ୟମ, ମାଗାଜିନ୍ ରେ ପ୍ରସାର ପ୍ରଚାର କରାଯିବ। ଗ୍ରାଣ୍ଡ ଫିନାଲେ ଦିନ ପ୍ରତିଯୋଗୀଙ୍କ ମଧ୍ୟରେ ବୁଦ୍ଧିମତା,କଷ୍ଟୁମ ଡିଜାଇନ୍, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ,ରାମ୍ପ ସୋ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଉକ୍ତ ଦିନ ମୁଖ୍ୟ ଆକର୍ଷଣରେ ଓଲିଉଡ଼ ଅଭିନେତା ପୁପିନ୍ଦର, ସବ୍ୟସାଚୀ, ହରିହର, ସୂର୍ଯ୍ୟମୟୀ, ସ୍ଥିତପ୍ରଜ୍ଞ, ପଞ୍ଜାବ ଚିମା ପ୍ରମୁଖ ସେଲିବ୍ରେଟି ମାନେ ଯୋଗ ଦେବେ ବୋଲି ସୂଚନା ଦିଆଯାଇଛି। ତେଣୁ ଏଭଳି କାର୍ଯ୍ୟକ୍ରମରେ ଇଛୁକ ସହରବାସୀ ଅଂଶଗ୍ରହଣ କରିବା ପାଇଁ କୁହାଯାଇଛି। ଶେଷରେ ଡାକ୍ତର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପିଉ ଗୁହା, ଅର୍ଚ୍ଚନା ମହାନ୍ତି, ସୁବ୍ରତ ଭୂୟାଁ, ବିଭୁତି ଭୁଷଣ ପୁହାଣ, ବୀଣାପାଣି ମହାପାତ୍ର, ଆଇନ ପରାମର୍ଶଦାତା ରାଜଶ୍ରୀ ମିଶ୍ର, କମଲ ଲାକ୍ରା, କାମିନୀ ମହନ୍ତ, କାଟ୍ରିନା ଫ୍ରାନସିସ୍, ମମତା ପାଣିଗ୍ରାହୀ, ପ୍ରଣତୀ ପ୍ରଧାନ ତନ୍ମୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.