ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସ୍ୱାସ୍ଥ୍ୟ ହିଁ ସମ୍ପଦ, ତେଣୁ ଜନ ସାଧାରଣ ଙ୍କ ସ୍ଵାସ୍ଥ୍ୟ ର ଉନ୍ନତି ପାଇଁ ସରକାର ନିର୍ମାଣ କରିଥିଲେ ଅନେକ ଗୁଡିଏ ଖୋଲା ବ୍ୟାୟାମ କେନ୍ଦ୍ର। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଭଞ୍ଜନଗର ସହର ସୌନ୍ଦର୍ଯ୍ୟ କରଣ ପାଇଁ ଖର୍ଚ୍ଚ ହୋଇଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା କିନ୍ତୁ ଭଞ୍ଜନଗର ଉପକଣ୍ଠ ତଥା ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ସାମ୍ନା ଗଳି ମାଲ ସାହି ମଧ୍ୟରେ ନିର୍ମାଣ ହୋଇଥିବା ଖୋଲା ବ୍ୟାୟାମ କେନ୍ଦ୍ର ଟି କାହା ସ୍ୱାର୍ଥରେ ନିର୍ମାଣ ହୋଈଛି ସାଧାରଣ ଜନତା ଙ୍କ ପ୍ରଶ୍ନବାଚୀ ।ନିର୍ମାଣ ହୋଇଥିବା ବ୍ୟାୟାମ କେନ୍ଦ୍ର ଟି ସମ୍ପୂର୍ଣ୍ଣ ଭାବେ ଅ ସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ନିର୍ମାଣ ହୋଇଥିବା ଅଭିଯୋଗ। ଚାରିପଟେ ଲତା ବୁଦା, କୁଢ଼ କୁଢ଼ ଅଳିଆ ମଧ୍ୟରେ ନିର୍ମାଣ ହୋଇଛି ବ୍ୟାୟାମ କେନ୍ଦ୍ର।ଛୋଟ ଛୋଟ ଶିଶୁ ମାନେ, ମହିଳା ତଥା ବୃଦ୍ଧ ବୃଦ୍ଧା ମାନେ ବ୍ୟାୟାମ କରିବାକୁ ଆସୁଥିବା ବେଳେ ଚାରିପଟେ ଲତା ବୁଦା ଯୋଗୁଁ ବିଷଧର ସରୀସୃପ ଦେଖିବାକୁ ମିଳୁଛି। ସେଥିରେ ପୁଣି ବ୍ୟାୟମ କେନ୍ଦ୍ର ରେ ଲାଗିଥିବା ଉପକରଣ ଗୁଡିକ ମଧ୍ୟ ଭଗ୍ନ ଅବସ୍ଥାରେ ରହିଛି ।
ସବୁ ଠାରୁ ଆଶ୍ଚର୍ଯ୍ୟ ବିଷୟ ଯେ, ସ୍ଥାନୀୟ ଜନସାଧାରଣ କହିବାନୁଯାୟୀ ଭଞ୍ଜନଗରସ୍ଥ ଲୋହରାଖଣ୍ଡି ନଦୀ ନିକଟରେ ଥିବା ଶ୍ରୀରଘୁନାଥ ମହାପ୍ରଭୁଙ୍କ ମୁଲ୍ୟବାନ୍ ୬ ଏକର / ୩୦ ଭରଣ ଯାଗା ଉକ୍ତ ମାଲସାହି ରେ ଅବସ୍ଥିତ। ସେହି ଯାଗାରେ ବେଆଇନ୍ ଓ ଶ୍ରୀ ରଘୁନାଥ ମନ୍ଦିର ପ୍ରଶାସନ ର ବିନା ଅନୁମତିରେ ସ୍ଥାନୀୟ ପ୍ରଶାସନ କିପରି ବ୍ୟାୟମ କେନ୍ଦ୍ର ନିର୍ମାଣ କରିଛି ଓ କେତେକ ଯାଗା କିଛି ଅସାମାଜିକ ବ୍ୟକ୍ତି ବିଶେଷ ଅକ୍ତିଆର କରିଦେଇଥିବାର ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ସଂପୂର୍ଣ୍ଣ ଯାଗା ଶ୍ରୀ ରଘୁନାଥ ମନ୍ଦିର ପ୍ରଶାସନ ହସ୍ତରେ ନ୍ୟସ୍ତ ରହୁ ବୋଲି ସ୍ଥାନୀୟ ଜନସାଧାରଣ ଙ୍କ ଦାବି।
Sign in
Sign in
Recover your password.
A password will be e-mailed to you.