ବିଧାୟକ ଭାବେ ଶାରଦାଙ୍କ ଶପଥ ଗ୍ରହଣ ପରେ ବୁହାଳୋ ପଞ୍ଚାୟତ ଉତ୍ସବମୁଖର l

6

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳବାସୀଙ୍କ ଆଶୀର୍ବାଦ ରେ ବିଜୟଲାଭ କରିଥିବା ସ୍ୱାଧୀନ ପ୍ରାର୍ଥୀ ଶାରଦା ପ୍ରଧାନ ମାହାଙ୍ଗା ବିଧାୟକ ଭାବେ ବୁଧବାର ଦିନ ଶପଥ ଗ୍ରହଣ କରିଛନ୍ତି l ବିଧାୟକ ଶ୍ରୀ ପ୍ରଧାନ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଧାୟକ ଭାବେ ଶପଥ ଗ୍ରହଣ କଲାପରେ ସମଗ୍ର ମାହାଙ୍ଗା ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି l ଅପରପକ୍ଷରେ ମାହାଙ୍ଗା ବିଧାୟକ ଶ୍ରୀ ପ୍ରଧାନଙ୍କ ଦୃଢ ସମର୍ଥକ ତଥା ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳ ପଞ୍ଚାୟତର ଯୁବନେତା କୈଳାସ ଚନ୍ଦ୍ର ବେହେରା ଙ୍କ ସଂଯୋଜନା ରେ ଶତାଧିକ ଗ୍ରାମବାସୀଙ୍କୁ ନେଇ ଏକ ବିଜୟ ଉତ୍ସବ ସ୍ଥାନୀୟ ବୁହାଳ ପଞ୍ଚାୟତରେ ପାଳିତ ହୋଇଯାଇଛି l ପ୍ରଥମେ ସ୍ଥାନୀୟ ଗ୍ରାମର ମା ଭଗବତୀ ମନ୍ଦିର , ଶ୍ରୀ ଶ୍ରୀ ସୋମନାଥ ମନ୍ଦିର , ମା ମଙ୍ଗଳା ମନ୍ଦିର , ଶ୍ରୀ ଶ୍ରୀ ଗୋପୀନାଥଜୀଉ ମଠ, ବୁଧେଇ ମା, ହନୁମାନ ମନ୍ଦିର, ବାଲ୍ୟ ଜଗନ୍ନାଥ ମନ୍ଦିର ପରିସରରେ ଦେବା ଦେବୀ ଙ୍କୁ ପୂଜାର୍ଚନା କରାଯାଇଥିଲା ପରେ ପରେ ସ୍ଥାନୀୟ ଗ୍ରାମବାସୀଙ୍କୁ ନେଇ ମନ୍ଦିର ନିକଟରେ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ବାଣ ଫୁଟାଯାଇ ଆନନ୍ଦ ଉଲ୍ଲାସର ସହିତ ବିଧାୟକ ଶ୍ରୀ ପ୍ରଧାନଙ୍କ ଶପଥ ପାଠ ଉତ୍ସବକୁ ପାଳନ କରାଯାଇଥିଲା l ଏପରିକି ମାହାଙ୍ଗାରେ ଭ୍ରଷ୍ଟାଚାରି, ଦୁର୍ନୀତିମୁକ୍ତ ଶାସନ ହଟାଇ ଏକ ବିକଶିତ, ସୁଶାସନ ଗଠନ କରିବାରେ ଆମ ବୁହାଳ ପଞ୍ଚାୟତ ବାସୀ ଅଧିକରୁ ଅଧିକ ସଂଖ୍ୟକ ଭୋଟ ଦେଇ ଶ୍ରୀ ପ୍ରଧାନ ଙ୍କୁ ଜିତେଇଥିବାରୁ ସମସ୍ତ ପଞ୍ଚାୟତ ବାସୀଙ୍କୁ ଯୁବନେତା କୈଳାଶଚନ୍ଦ୍ର ବେହେରା କୃତଜ୍ଞତା ଜ୍ଞାପନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପ୍ରଧାନଙ୍କ ସମର୍ଥକ କୈଳାଶ ଚନ୍ଦ୍ର ବେହେରା, କ୍ଷୀରୋଦ ପରିଡା, ଉମେଶ ଓଝା, ପ୍ରଦୀପ୍ତ ସାହୁ, ବିଜୟଲକ୍ଷ୍ମୀ ବେହେରା, ସସ୍ମିତା ସାହୁ, ସଞ୍ଜୟ ମଲିକ ଙ୍କ ସମେତ ବହୁ ଜନସାଧାରଣ ଯୋଗଦାନ କରିଥିଲେ l

Leave A Reply

Your email address will not be published.