ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲାର ଟିର୍ଲିଆମ୍ବାଗୁଡ଼ା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଭାରତ କୁ ସିକିଲ ସେଲ ଆନିମୀୟା ବା ରକ୍ତହୀନତାରୁ ମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ବିନୋଦ ବିହାରୀ ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ପ୍ରାଣୀ ବିଭାଗ ର ସହକାରୀ ପ୍ରଫେସର ଶ୍ରୀ ସୂର୍ଯ୍ୟକାନ୍ତ ଗୌଡ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଏହି ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ।ମହାବିଦ୍ୟାଳୟ ର ବିଭିନ୍ନ ବିଭାଗର ସହକାରୀ ପ୍ରଫେସର ଏହି ସଭାରେ ଉପସ୍ଥିତ ରହି ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ଏହି ସଚେତନତା କାର୍ଯ୍ୟକ୍ରମ ଦୁଇ ସପ୍ତାହ ବ୍ୟାପୀ ହେବ,ତେଣୁ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ରାଜୀବ ଜାଲ ଓ କିଛି ସ୍ଵେଚ୍ଛାସେବୀ ଜିଲ୍ଲା ସଦର ମହକୁମା ସ୍ଥିତ ମୁଖ୍ୟ ଡ଼ାକ୍ତରଖାନା ରେ ଅନୁଷ୍ଠିତ କର୍ମଶାଳାରେ ଯୋଗ ଦେଇଥିଲେ।ଭାରତ କୁ ୨୦୪୭ ମସିହା ସୁଦ୍ଧା ରକ୍ତହୀନତା ମୁକ୍ତ କରିବା ପାଇଁ ସଚେତନତା କୁ ଜୋରଦାର କରିବା ପାଇଁ ସମସ୍ତେ ଧୃଢ଼ ସଂକଳ୍ପ ନେଇ ଥିଲେ।ଏହି କାର୍ଯ୍ୟକ୍ରମରେ ଅନେକ ସ୍ବେଛାସେବୀ ସହ ବୁଦ୍ଧିଜୀବୀ ଭାଗ ନେଇଥିଲେ |
Sign in
Sign in
Recover your password.
A password will be e-mailed to you.
Next Post