ଶକ୍ତି ହିନ ହୋଇପଡୁଛି ମିଶନଶକ୍ତି କାଫେ

6

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଳିପଡିଲା ମିଶନଶକ୍ତି କାଫେ ର ସିଲିଂ | ଅଳ୍ପକେ ବର୍ତିଲେ ତିନି ଗ୍ରାହକ | ଗ୍ରାହକଙ୍କ ଉପରେ ଖସିପଡ଼ିଲା ଛାତର ସିଲିଂ । ଖାଇବସିଥିବା ବେଳେ ତିନିଜଣଙ୍କ ଉପରେ ଛିଣ୍ଡି ପଡ଼ିଲା ସିଲିଂ ।

ସୁଚନା ମୁତାବକ ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ନିକଟରେ ଥିବା ମିଶନଶକ୍ତି କାଫେ ରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଆଜି ମଧ୍ୟାହ୍ନରେ ତିନି ଗ୍ରାହକ ଖାଉଥିବା ବେଳେ ହଠାତ୍ ଭୁଷୁଡି ପଡିଗଲା ସିଲିଂ । ଅଳ୍ପକେ ବର୍ତିଯାଇଛନ୍ତି ତିନି ଗ୍ରାହକ । ଛାତ ତଳେ ପ୍ଲାଇ ଓ ଲୁହା ଏଙ୍ଗଲର୍ ରେ ଲଗାଯାଇଥିଲା । ଏହି କୋଠରୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଭିନ୍ନ ଖାଦ୍ୟ, ଜଳଖିଆ ପ୍ରସ୍ତୁତ କରି ବିକ୍ରି କରିଥାନ୍ତି । ଆଜି ଖାଦ୍ୟ ଖାଉଥିବା ସମୟରେ ଏହା ଶବ୍ଦ କରି ତଳେ ପଡିବା ବେଳେ ତିନି ଗ୍ରାହକ ଦୌଡିପଳାଇ ନିଜ ଜୀବନ ବଞ୍ଚାଇଛନ୍ତି । ଛଅ ମାସ ପୂର୍ବେ ପୂର୍ବତନ ମନ୍ତ୍ରୀ ତଥା ଜଗନ୍ନାଥ ପ୍ରସାଦ ପୁର୍ବତନ ବିଜେଡି ବିଧାୟକ ଏହାର ଶୁଭ ଉଦଘାଟନ କରିଥିଲେ । ଜନସାଧାରଣ ଙ୍କ ଅଭିଯୋଗ ପ୍ରକାରେ ପୁରୁଣା ଆତ୍ମା କାର୍ଯ୍ୟାଳୟ ଗୃହକୁ ରଙ୍ଗ ମାରି ମିଶନଶକ୍ତି କାଫେ ନାମ ଦିଆଯାଇଥିଲା । ନିମ୍ନମାନର କାମ ହୋଇଥିବା କାରଣରୁ ଏହାର ଦୁର୍ବଳ କାନ୍ଥରୁ ସିଲିଂ ଖସିପଡିଥିବା ଆଲୋଚନା ହେଉଛି । କେତେବେଳେ ଘରର କାନ୍ଥ ଓ ଛାତ ମଧ୍ୟ ପଡିଯିବ ବୋଲି ଆଶଙ୍କା କରାଯାଇଛି । ତେବେ ଏଠାରେ ଗୋଟିଏ ପ୍ରଶ୍ନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏଭଳି ବହୁତ୍ କାଫେ କରାଯାଇଛି ସେଗୁଡ଼ିକର ଅବସ୍ଥା ଏ ଭଳି ନହେବ କଥାକୁ ଏଡେ଼ଇ ଦିଆ ନ ଯାଇପାରେ ।

Leave A Reply

Your email address will not be published.