ସନ୍ଦେହ ଘେରରେ ବଧୂ ହତ୍ୟା ନାଁ ଆତ୍ମହତ୍ୟା କୁ ନେଇ ବଢୁଛି ଅଡୁଆ, ସ୍ୱାମୀ ଥାନାରେ ଅଟକ

5

ଜଗତସିଂହପୁର: ଜଗତସିଂହପୁର ଥାନା କୂଳତର୍ତ୍ତଙ୍ଗ ଗ୍ରାମରେ ବଧୂ ହତ୍ୟା କୁ ନେଇ ସନ୍ଦେହ ଘନୀଭୂତ ହୋଇଛି | ପ୍ରକୁତ ପକ୍ଷେ ବୋହୁ କୁ ପରିବାର ଲୋକେ ଯୋଜନା ବଧ ହତ୍ୟା କରିଛନ୍ତି ନାଁ ପାରିବାରିକ କଳହ କୁ କେନ୍ଦ୍ର କରି ବୋହୁ ନିଜେ କୁକୁଡ଼ା ଫାର୍ମ ରେ ରଶି ଲଗାଇ ଆତ୍ମହତ୍ୟା କରିଛି ତାହା ତଦନ୍ତ ସାପେକ୍ଷ | ଖବର ନେବାରେ ଜଣାଯାଇଛି 1999ମସିହାରେ ଜଗତସିଂହପୁର ଥାନା ତର୍ତ୍ତଙ୍ଗ ଗ୍ରାମର ଲୋକନାଥ ରଣା ଙ୍କ ପୁଅ ନିରଞ୍ଜନ ରଣା ବାଲିକୁଦା ଥାନା ମୁଳୁଗାଁ ଗ୍ରାମର ସୋମନାଥ ରଣା ଙ୍କ ଝିଅ ଅନିତା ରଣା ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ | ଯୌଧ ପରିବାର ରେ ଅନେକ ସମୟରେ ପାରିବାରିକ କଳହ ଘନୀଭୂତ ହେଉଥିଲା |ଯୌଧ ପରିବାର ରୁ ଅଲଗା ହେବା ପାଇ ଅନିତା ସଦା ସର୍ବଦା ସ୍ୱାମୀ ନିରଞ୍ଜନ ଙ୍କୁ ବାଧ୍ୟ୍ୟ କରୁଥିଲେ |ଏଥିନେଇ ସ୍ୱାମୀ, ସ୍ତ୍ରୀ ଙ୍କ ମଧ୍ୟ୍ୟ ରେ ଅନେକ ସମୟରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା | ଗତ ମଙ୍ଗଳବାର ରାତିରେ ଅନିତାର ବାପ. ଭାଇ ସ୍ୱାମୀ, ସ୍ତ୍ରୀ ଙ୍କୁ ବୁଝା ସୁଝା କରି ଘରକୁ ଫେରିଥିଲେ |ହେଲେ ବିଳମ୍ବିତ ରାତିରେ ଅନିତା ନିକଟସ୍ଥ କୁକୁଡ଼ା ଫାର୍ମ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛି ବୋଲି ଅନିତାର ଝିଅ ଏବଂ ଯାଅ ଗଣମଧ୍ୟ୍ୟମ ସୂଚନା ଦେଇଥିବା ବେଳେ ଅନିତା ର ଭାଇ ଅକ୍ଷୟ କୁମାର ରଣା ତାଙ୍କ ଭଉଣୀ ଅନୀତାକୁ ତାର ସ୍ୱାମୀ ନିରଞ୍ଜନ ଏବଂ ତାଙ୍କ ପରିବାର ସଦସ୍ୟ ଯୋଜନା ବଧ ଭାବେ କୁକୁଡ଼ା ଫାର୍ମ ରେ ହତ୍ୟା କରି ସମସ୍ତ ପ୍ରମାଣ ନଷ୍ଟ କରି ନିଜ ଘରେ ମୃତ୍ୟୁ ଶରୀର ରଖି ପରବର୍ତ୍ତୀ ସମୟରେ ଅନିତା ର ବାପ ଭାଇ ଙ୍କୁ ଖବର ଦେଇଥିଲେ ବୋଲି ପୋଲିସ ଏବଂ ଗଣ ମଧ୍ୟ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି |ତେବେ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ୍ୟୁ ଶରୀର ଜବତ କରି ବ୍ୟବଛେଦ କରିଛି ଏବଂ ଅମିତା ର ସ୍ୱାମୀ ଙ୍କୁ ପୋଲିସ ହିପାଜତ ରେ ରଖି ତଦନ୍ତ ଚଳାଇଛି |

Leave A Reply

Your email address will not be published.